Breaking News

ରୋଷେଇ ନିଆଁରେ ପୋଡ଼ି ହୋଇ , ବୃଦ୍ଧା ଗୁରୁତର



ଭଞ୍ଜନଗର -- ତାରସିଂ ଥାନା ଅନ୍ତର୍ଗତ କନ୍ଧଶାଳା ଗ୍ରାମରେ ରୋଷେଇ କରୁଥିବା ବେଳେ ଅସାବଧାନତା ଯୋଗୁଁ ନିଆଁ ରେ ପୋଡ଼ି ହୋଇ ବୃଦ୍ଧା ଗୁରୁତର ହୋଇଛନ୍ତି । ଗୁରୁତର ଜଣକ ଗୈାରୀ ନାଇକ(୭୦) ।  ଖବର ନେବାରେ ଜଣାପଡିଛି ଯେ ଗୌରୀ ରାେଷେଇ କରୁଥିବା ବେଳେ ହଠାତ ତାଙ୍କ ଲୁଗାରେ ନିଆଁ ଲାଗିଯାଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ଉଧାର କରି ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଗୌରୀଙ୍କ ସ୍ବାସ୍ଥ୍ୟବସ୍ଥା  ଗୁରୁତର ହେବାରୁ , ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହୁପୁର ବଡଡାକ୍ତରଖାନାକୁ  ସ୍ଥାନାନ୍ତର କରାଯାଇଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୫/୧୦/୨୦୨୨    Sakhigopal News,15/10/2022

Blog Archive

Popular Posts