ବ୍ରଜଘାତରେ ୫ ଛେଳି ଓ ଜଣେ ବୃଦ୍ଧଙ୍କ ମୃତ୍ୟୁ
ଭଞ୍ଜନଗର - ଗାଲେରୀ ଫାଣ୍ଡି ଅଞ୍ଚଳରେ ବଜ୍ରଘାତରେ ୫ ଟି ଛେଳି ଏବଂ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ବିଲୁଆପଡା ଗ୍ରାମରେ ବଜ୍ରାଘାତ ଯୋଗୁଁ , ସେହି ଗାଁ ର ବାଞ୍ଚାନିଧି ଗୌଡ଼ଙ୍କ ୫ ଟି ଛେଳି ଆହତ ହୋଇଥିଲେ । ଏବଂ ପରବର୍ତ୍ତୀ ସମୟରେ ସେମାନଙ୍କର ମୃତ୍ୟୁ ହୋଇଥିଲା । ବାଞ୍ଚାନିଧି ଅପରାହ୍ନ ସମୟରେ ଉକ୍ତ ଛେଳିକୁ ନିକଟସ୍ଥ ଜଙ୍ଗଲକୁ ଚରାଇବା ପାଇଁ ନେଇଥିଲେ । ସେହି ସମୟରେ ହଠାତ୍ ମେଘ ଆସିବାରୁ ବାଞ୍ଚାନିଧି ଛେଳି ଗୁଡିକୁ ଧରିଆଣି ଘର ସମୁଖରେ ରଖିଥିଲେ । ସେତେବେଳେ ବଜ୍ରଘାତ ହେଇଥିଲା । ସେହିପରି ଗାଲେରୀ ଗ୍ରାମରେ ମଧ୍ୟ , ପଠାଣି ନାଇକ(୭୫) ବଜ୍ରଘାତରେ ଗୁରୁତର ହେଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଗାଲେରୀ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସା କରୁଥିବା ଡାକ୍ତର ପଠାଣି ନାଇକଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଗାଲେରୀ ଫାଣ୍ଡି ଅଧିକାରୀ ଭାଗୀରଥି ନାୟକ ଖବର ପାଇ ଗାଲେରୀ ଡାକ୍ତରଖାନାରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ କରି ବ୍ୟବଛେଦ ପାଇଁ ଭଞ୍ଜନଗର ପଠାଇଥିଲେ । ଏହି ଘଟଣାକୁ ନେଇ ଏକ ମାମଲା ରୁଜୁ ହୋଇଥିବା ଫାଣ୍ଡି ଅଧିକାରୀ ଭାଗିରଥି ନାୟକ ଏବଂ ତାରାସିଙ୍ଗି ଥାନାଧିକାରୀ ପ୍ରଦୀପ୍ତ କୁମାର ଦାସ ସୂଚନା ଦେଇଛନ୍ତି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୫/୧୦/୨୦୨୨---୬,୨୦ Sakhigopal News,15/10/2022