ସ୍କୁଟି ଓ ବାଇକ୍ କୁ ଧକ୍କା ଦେଇ ୧୧କେଭି ବିଦ୍ୟୁତ ଖୁଣ୍ଟ ରେ ପିଟି ହେଲା ପିକ୍ଅପ୍ ଭ୍ୟାନ୍
ଭଞ୍ଜନଗର---- ଏକା ସାଙ୍ଗେ ୩ ଟି ଦୁର୍ଘଟଣା ଘଟାଇଲା ପିକ-ଅପ୍ ଭ୍ୟାନ୍ । ଗୋଟିଏ ସ୍କୁଟି ଓ ଗୋଟିଏ ବାଇକ୍ କୁ ଧକ୍କା ଦେବା ସହ , ୧୧ କେଭି ବିଦ୍ୟୁତ୍ ଖୁଣ୍ଟରେ ପିଟି ହେଲା ଭ୍ୟାନ୍ । ଅଳ୍ପକେ ବର୍ତିଲେ ସ୍ଥାନୀୟ ଲୋକେ । ଦୁଇ ବାଇକ୍ ଚାଳକ ଆହତ ହୋଇଛନ୍ତି । ପିକ-ଅପ୍ ଭ୍ୟାନ୍ ଡ୍ରାଇଭର କୁ ଘଟଣା ସ୍ଥଳରୁ ଧରିଆଣି ଥାନରେ ଅଟକ ରଖିଛି ପୋଲିସ । ଗାଙ୍ଗପୁର ଥାନା ଅନ୍ତର୍ଗତ , କେନ୍ଦୁପଦର ଗାଁ ନିକଟ ଆସିକା-ଭଞ୍ଜନଗର ରାସ୍ତାରେ ଘଟିଛି ଦୁର୍ଘଟଣା । ଖବର ନେବାରେ ଆସିକା ରୁ ଭଂଜନଗର ଅଭିମୁଖେ ଯାଉଥିବା ଓଡି-୩୧ଜେ୬୨୨୮ ନମ୍ବର ପିକ୍ଅପ୍ ଭ୍ୟାନ୍ ଟି କେନ୍ଦୁପଦର ନିକଟରେ ଏଭଳି ଦୁର୍ଘଟଣା ଘଟାଇଥିଲା । ଘଟଣା ସ୍ଥଳରେ ଉଭୟ ବାଇକ୍ ଓ ସ୍କୁଟି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ , ଦୁଇ ବାଇକ୍ ଚାଳକ ଆହତ ହୋଇଥିଲେ । ଏହାପରେ ଭ୍ୟାନ୍ ଟି ରାସ୍ତା କଡ଼ରେ ଥିବା ୧୧ କେଭି ବିଦ୍ୟୁତ୍ ଖୁଣ୍ଟରେ ପିଟି ହୋଇଯାଇଥିଲା । ଘଟଣା ସ୍ଥଳରେ ଗାଙ୍ଗପୁର ଥାନା ପୋଲିସ ପହଞ୍ଚି ସମସ୍ତ ଗାଡିକୁ ଜବତ କରିବା ସହ ପିକ୍ଅପ୍ ଭ୍ୟାନ୍ ଡ୍ରାଇଭର କୁ ଥାନା ରେ ଅଟକ ରଖିଛି । ଦୁଇ ଆହତଙ୍କୁ ମେଡିକାଲ ପଠାଯାଇଛି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୫/୧୦/୨୦୨୨---୬,୨୦ Sakhigopal News,15/10/2022