Breaking News

ବାଙ୍କୀ କୃଷି ଜିଲ୍ଲା ସ୍ତରୀୟ କୃଷକ ମେଳା, କୃଷକ- ବୈଜ୍ଞାନୀଙ୍କ ସହ ଆଲୋଚନା ଚକ୍ର


ବାଙ୍କୀ  - ବାଙ୍କୀ କୃଷି ଜିଲ୍ଲାସ୍ତରୀୟ କୃଷକ ମେଳା ସରକାରୀ ଆଖୁ ଫାର୍ମ୍ ପରିସରରେ ଅନୁଷ୍ଠିତ ହୋଇଥିଲା । ଏଥିରେ କୃଷି ଜିଲ୍ଲା ଅଧିକାରୀ ଗୀତାରାଣୀ ନନ୍ଦ ସଭାପତିତ୍ୱ କରି ସ୍ୱାଗତ ଭାଷଣ ଦେବା ସହିତ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ ।  ବୈଜ୍ଞାନୀକ ଡକ୍ଟର ସୁଜାତା ସେଠୀ (ଗୃହ ବିଜ୍ଞାନ),ଡକ୍ଟର ଦିଲ୍ଲୀପ ରଞ୍ଜନ ଷଡଙ୍ଗୀ(ମୃତ୍ତିକା ବିଜ୍ଞାନ) , ଡକ୍ଟର ତୁଷାର ରଞ୍ଜନ ସାହୁ (ଉଦ୍ୟାନ କୃଷି), ଦେବାଶିଷ ଜେନା (କୃଷି-ପାଣିପାଗ ବିଜ୍ଞାନ) ଏବଂ କଟକ ଜିଲ୍ଲା କୃଷି ଅଧିକାରୀ ଶରତ ଚନ୍ଦ୍ର ବୋଷ କୃଷକମାନଙ୍କୁ ସେମାନଙ୍କର ସମସ୍ୟା ସମ୍ପର୍କରେ ପଚାରି ବୁଝିବା ସହିତ ଜୈବ କୃଷି ପଦ୍ଧତିରେ ଧାନ ଚାଷ , କୃଷି ସହିତ କୃଷକଭାଇମାନଙ୍କୁ ଯୋଡିବା ସମ୍ପର୍କରେ ଆଲୋଚନା କରାଯାଇଥିଲା । ବୈଜ୍ଞାନୀକମାନେ ଚାଷୀମାନଙ୍କୁ ସେମାନଙ୍କର ଚାଷରେ କିପରି ଉନ୍ନତି ହୋଇ ପାରିବ ସେ ସଂପର୍କରେ ବିଭିନ୍ନ ପରାମର୍ଶ ଦେଇଥିଲେ।  କୃଷି ଓ ଆନୁସଙ୍ଗିକ ବିଭାଗର ସରକାରୀ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ ।  ଆୟୋଜିତ ସାଧାରଣ ସଭାରେ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ   ଧାନ ଚାଷ, ତୈଳବୀଜ ଫସଲ ଓ କ୍ଷେତ ଫସଲରେ ଅନାବନା ଘାସ ଚିହ୍ନିବା ସହିତ ରାସାୟନିକ ପରିଚାଳନା ସଂପର୍କରେ ସ୍ଥାନୀୟ କୃଷି ଅଧିକାରୀ ଓ ବୈଜ୍ଞାନୀକମାନଙ୍କ ସହିତ ଆଲୋଚନା କରି ଚାଷ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ବାଙ୍କୀ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନା ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ବାଙ୍କୀ ଉପଖଣ୍ଡ ଏକ କୃଷି ପ୍ରଧାନ ଅଞ୍ଚଳ ତେଣୁ କୃଷି ବିଭାଗର ଅଧିକାରୀ ଓ ବୈଜ୍ଞାନୀକମାନେ ଚାଷୀମାନଙ୍କୁ ସେମାନଙ୍କର ଉତ୍ପାଦନ ବୃଦ୍ଧି କରିବା ପାଇଁ ଚାଷୀମାନଙ୍କୁ  ସଠିକ୍ ପରାମର୍ଶ ଦେବାକୁ  ଅନୁରୋଧ କରିଥିଲେ । ଡମପଡ଼ା ବ୍ଲକ ଅଧ୍ୟକ୍ଷ ପ୍ରଣବ କିଶୋର ପଟେଲ୍‌, ବାଙ୍କୀ ବ୍ଲକ ଅଧ୍ୟକ୍ଷା ପୁଷ୍ପଲତା ସାମନ୍ତ, ବାଙ୍କୀ ଏନ୍‌.ଏ.ସି ଅଧ୍ୟକ୍ଷା ମାଣିକ ସାହୁ, ଜିଲ୍ଲା ପରିଷଦ ସଭ୍ୟ ଆଶିଷ କୁମାର ସାହୁ, ମିନତୀ ମହାପାତ୍ର, ସଂଜୟ କୁମାର ପାତ୍ର, ରଶ୍ମିତା ସାହୁ, ରଶ୍ମିରେଖା ପଣ୍ଡା, ବାଙ୍କୀ ବ୍ଲକ ଆତ୍ମାର ଅଧ୍ୟକ୍ଷ ନିରଞ୍ଜନ ପଣ୍ଡା, ଡମପଡ଼ା ବ୍ଲକ ଆତ୍ମା ଅଧ୍ୟକ୍ଷ ସଂଜୟ କୁମାର ମହାରଣା ଉଦ୍‌ବୋଧନ ଦେଇ ଚାଷୀମାନଙ୍କର କିପରି ଚାଷ କାର୍ଯ୍ୟରେ ଉନ୍ନତି ହୋଇ ପାରିବ ଏବଂ ସେମାନଙ୍କୁ ବନ୍ୟା ଓ ବାତ୍ୟା , ମରୁଡି ଭଳି ଦୈବଦୁର୍ବିପାକରେ ସହାୟତା ପ୍ରଦାନ ନିମନ୍ତେ ବିଭାଗୀୟ ଅଧିକାରୀମାନଙ୍କୁ ଅନୁରୋଧ କରିଥିଲେ । ବାଙ୍କୀ ବ୍ଲକ ନାଟେରୀ ଅଞ୍ଚଳର ଚାଷୀ ପ୍ରସନ୍ନ କୁମାର ରାଉତରାୟ, ଡମପଡ଼ା ବ୍ଲକ ତାଳବସ୍ତର ଚାଷୀ ଗୁରୁବାରୀ ମୁଦୁଲି ଏବଂ ବାଙ୍କୀ ଏନ୍‌.ଏ.ସି ମନ୍ତ୍ରୀ ସାହିର ଚାଷୀ ଟଙ୍କଧର ମନ୍ତ୍ରୀଙ୍କୁ ଅଗ୍ରଣୀ କୃଷକ ଭାବରେ ଏହି ସମାବେଶରେ ସମ୍ବର୍ଦ୍ଧିତ କରାଯାଇଥିଲା । ଶ୍ରେଷ୍ଠ କାର୍ଯ୍ୟପାଇଁ ସୁକନ୍ୟା ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଯଥା -୧.କଦଳୀବାଡି ସୁକନ୍ୟା ମହିଳା ମିଶନଶକ୍ତି, ୨-ପୁଇଁଚା ନୀଳମାଧବ ଆଦିବାସୀ ମହିଳା ଗୋଷ୍ଠୀ, ୩-ବଳଭଦ୍ର ପୁର-ମା’ମହାମୟୀ ମହିଳାଗୋଷ୍ଠୀ , ୪-ବଳଭଦ୍ରପୁର ମା’ରୁଦ୍ରାଣୀ ମହିଳା ଗୋଷ୍ଠୀ, ୫-ବଳଭଦ୍ରପୁର ମା’କାଳୀକା ମହିଳା ଗୋଷ୍ଠୀ, ୬-ବଳଭଦ୍ରପୁର ଶୁଭସନ୍ଧ୍ୟା ମହିଳାଗୋଷ୍ଠୀକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଡାକ୍ତର କୃଷ୍ଣକେଶବ ଷଡଙ୍ଗୀ ସଂଯୋଜନା କରିଥିବା ବେଳେ କଟକ ଜିଲ୍ଲା କୃଷି କାର୍ଯ୍ୟାଳୟ ସହକାରୀ କୃଷି ନିର୍ଦ୍ଦେଶକ ବିଶ୍ୱନାଥ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
 କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ ନିୟୁଜ ସାକ୍ଷୀଗୋପାଳ,୧୩/୧୦/୨୦୨୨---୯,୫୦ Sakhigopal News,13/10/2022

Blog Archive

Popular Posts