ବାଙ୍କୀ ତହସିଲଦାର ଙ୍କ ନିଦ୍ରୀଗତ ଦ୍ଵାରପାଳ
ବାଙ୍କୀ - ବାଙ୍କୀ ତହସିଲଦାର ଙ୍କ ଅଫିସ ସମ୍ମୁଖରେ କର୍ମଚାରୀ ମାନେ ନିଶାସକ୍ତ ଅବସ୍ଥାରେ ଶୟନ କରି ତହସିଲଦାରଙ୍କୁ ଜଗିଛନ୍ତି । ସ୍ଵୟଂ ତହସିଲଦାର ମହାଶୟ ଙ୍କୁ ଯଦି କେହି କୌଣସି କାର୍ଯ୍ୟରେ ଦେଖାକରିବାକୁ ଯାଉଛନ୍ତି ତେବେ ସାର କହୁଛନ୍ତି ବାହାରେ ଅପେକ୍ଷା କର ମୁଁ ଡାକିବି । କିନ୍ତୁ ପରମୁହୁର୍ତରେ ନିଜେ ଭୁଲି ଯାଉଛନ୍ତି କାହାକୁ ଅପେକ୍ଷା କରିବାକୁ କହିଛନ୍ତି ବୋଲି ।ଯଦି କୌଣସି ସାମ୍ବାଦିକ ଯାଉଛନ୍ତି ତେବେ ସେଇ ଏକା କଥା ଅପେକ୍ଷା କର ଡାକିବି । ଯଦି ତହସିଲଦାର ଙ୍କ ଏଭଳି ବ୍ୟବହାର ଏବଂ ନିଶାଖୋର କର୍ମଚାରୀ ଶୟନ ଅବସ୍ଥାରେ ଚେୟାର ରେ ବସି କାର୍ଯ୍ୟନିର୍ବାହ କରନ୍ତି ତେବେ ସାଧାରଣ ଜନତାଙ୍କ କାମ କଣ ହେବ । ଯଦି କର୍ମଚାରୀ ଏ ପ୍ରକାରର ତେବେ ତହସିଲଦାର କି ପ୍ରକାରର ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଚାଲିଛି । ମଦ ପିଇ କରି ମଦୁଆ ପିଅନ ଚଉକି ଉପରେ ସୋଇଛି । ଜିଲ୍ଲାପାଳ ତୁରନ୍ତ ଏ ଦିଗ ପ୍ରତି ନଜର ଦେବାକୁ ଜଣସାଧାରଣଙ୍କ ପକ୍ଷରୁ ଦାବି କରାଯାଇଛି।
କଟକ ଜିଲ୍ଲା ବାଙ୍କୀରୁ ରମେଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,୧୪/୧୦/୨୦୨୨---୬,୧୦ Sakhigopal News,14/10/2022