Breaking News

ବାଙ୍କୀ ମହୋତ୍ସବ ଉଦଯାପିତ , ସାମ୍ବାଦିକ ମାନଙ୍କୁ ଅଣଦେଖା


 
କଟକ---   ପ୍ରାୟ ୫ ଦିନ ଧରି ଚାଲିଥିଲା ବାଙ୍କୀ ମହୋତ୍ସବ। ବହୁ ଆଡମ୍ବର ପୂର୍ଣ୍ଣ ଓ ଶାନ୍ତି ଶୃଙ୍ଖଳାରେ ମହୋତ୍ସବ ଉଦଯାପିତ ହୋଇଯାଇଛି। ପ୍ରତେକ ଦିନ ବାଙ୍କୀ ତଥା ଆଖପାଖ ଅଞ୍ଚଳର ହଜାର ହଜାର ସଂଖ୍ୟାରେ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଦର୍ଶକ ମାନେ ମହୋତ୍ସବ ବୁଲି ଦେଖିବା ସହିତ ବିଭିନ୍ନ ଦୋଳି ଖେଳର ମଜା ନେଇଥିଲେ। ପ୍ରତେକ୍ ଦିନ ଶାସକ ଦଳର ବିଭିନ୍ନ ବିଧାୟକ ଓ ମନ୍ତ୍ରୀଙ୍କୁ ଦେଖିବାକୁ ମିଳିଥିଲା।  ଚଳିତ ବର୍ଷ ବହୁ ଆଡମ୍ବର ସହିତ ମହୋତ୍ସବ ପାଳିତ ହୋଇଥିଲା ।  ଏହି ମହୋତ୍ସବରେ  ପ୍ରଥମ ଦିବସରୁ ଆରମ୍ଭ କରି ଅନ୍ତିମ ଦିବସ ପର୍ଯ୍ୟନ୍ତ  ଅନେକ ଗଣମାଧ୍ୟମ ପ୍ରତନିଧିମାନଙ୍କୁ ଚେୟାର ଖଣ୍ଡେ ମିଳି ନଥିଲା। ବାଙ୍କୀ ମହୋତ୍ସବ  ଦାୟିତ୍ୱରେ  ଥିବା କାର୍ଯ୍ୟଗ୍ରାହିଙ୍କୁ ଙ୍କ ମାନମାନି ନଚେତ୍  ନିଜର ଆତ୍ମ ଗର୍ବ ଦୃଷ୍ଟିରୁ ସାମ୍ବାଦିକ ମାନଙ୍କୁ ଅଣଦେଖା କରାଯାଇଥିବା ଅଞ୍ଚଳରେ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି ।  ବାଙ୍କୀ ନିର୍ବାଚନ ମଣ୍ଡଳୀ ରେ ୫୦୦  ରୁ ଉର୍ଦ୍ଧ  ସ୍ଵଂୟ ସହାୟକ ଗୋଷ୍ଠୀ କାର୍ଯ୍ୟ କରୁଥିବା ବେଳେ   ମାତ୍ର  ୩ /୪ ଗୋଟି  ସହାୟକ ଗୋଷ୍ଠୀ ଙ୍କୁ ଦେଖିବାକୁ ମିଳିଥିଲା। ସ୍ଵଂୟ ସହାୟକ ଗୋଷ୍ଠୀର କୌଣସି ହାତ ତିଆରି ବଡି , ପାମ୍ପଡ, ଧୂପ କାଠି , ହଳଦୀ ଗୁଣ୍ଡ , ଲଙ୍କା ଗୁଣ୍ଡ , ଜିରା , ଧନିଆ ଗୁଣ୍ଡ , ଫିନାଇଲ  ଆଦି କୌଣସି ଘରୋଇ ଉପକରଣ କୌଣସି ସାମଗ୍ରୀ ଦେଖିବାକୁ  ମିଳିନ ଥିଲା। ଯେଁଉ ୩ ।୪ ଗୋଟି ଷ୍ଟଲ୍ ପଡ଼ିଥିଲା ସେଥିରେ ଯେଁଉ ସାମଗ୍ରୀ ଦେଖିବାକୁ ମିଳିଥିଲା ସେସବୁ ବାହାରୁ କିଣି ଆଣି ବିକ୍ରି କରାଯାଉଥିଲା। ସେଥିରେ କୌଣସି ସ୍ଵଂୟ ସହାୟକ ଗୋଷ୍ଠୀର ଷ୍ଟିକର ମଧ୍ୟ ଲାଗି ନଥିଲା ।ଯାହା ଫଳରେ କି ମହୋତ୍ସବ ବୁଲି ଆସିଥିବା ମହିଳାମାନେ କିଣା କିଣି କରିପାରି ନଥିଲେ। ଏଠି ପ୍ରଶ୍ନ ଉଠୁଛି ଯେ ସରକାର ମହିଳା ମାନଙ୍କୁ ନେଇ ଯେଁଉ ସ୍ଵଂୟ ସହାୟକ ଗୋଷ୍ଠୀ ତିଆରି କରି ସେମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଯେଁଉ ପ୍ରଚେଷ୍ଟା ଜାରି  ରଖିଛନ୍ତି ଏବଂ ଲକ୍ଷ୍ ଲକ୍ଷ ଟଙ୍କା ବିନଯୋଗ କରୁଛନ୍ତି ତାହା ବାଙ୍କିରେ ଫେଲ ମାରିଛି । ସେ ସବୁ କାଗଜ ପତ୍ର ରେ ଚାଲିଛି । ଉକ୍ତ ଟଙ୍କାକୁ ଘରେ ବସି ସୁଧ ଲଗାଯାଇଛି ବୋଲି ଜନ ସାଧାରଣ ଆଲୋଚନା ହେଉଛି । ସରକାର ଙ୍କ ବିଭାଗୀୟ ଅଧିକାରୀ ଏଥିପ୍ରତି ସ୍ଵତନ୍ତ୍ର ଦୃଷ୍ଟି ଆକର୍ଷଣ କରିବାକୁ ଜନ ସାଧାରଣ ଦାବି କରିଛନ୍ତି।
କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ ନିୟୁଜ ସାକ୍ଷୀଗୋପାଳ ,୧୪/୧୦/୨୦୨୨----୧୦,୫୦ Sakhigopal News,14/10/2022

Blog Archive

Popular Posts