ସରପଞ୍ଚଙ୍କ ବାରଣ ସତ୍ତ୍ୱେ ପମ୍ପ ହାଉସ ଚାଲୁଛି , ରାସ୍ତାରେ ଭାସୁଛି ପାଣି; ମାସକୁ ବିଲ ଉଠୁଛି ୩୦ରୁ ୪୦ ହଜାର
ସାକ୍ଷୀଗୋପାଳ ----- ସରପଞ୍ଚଙ୍କ ବାରଣ ସତ୍ତ୍ୱେ ପମ୍ପ ହାଉସ ଚାଲୁଛି । ମାସକୁ ଅଯଥା ବିଦ୍ୟୁତ ଦେୟ ୩୦ରୁ ୪୦ ହଜାର ଟଙ୍କା ଯାଉଛି । ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବୀରରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତର ପଟ୍ଟନାୟିକିଆ- ଡେଲାଙ୍ଗ ରାସ୍ତାର ସଦାନନ୍ଦପୁର ପମ୍ପହାଉସ ରହିଛି । ଏହି ଠାରୁ ପଟ୍ଟନାୟିକିଆ ସ୍ଥିତ ନାହକସାହି ଓ ସଦାନନ୍ଦପୁର ଗ୍ରାମକୁ ପାନୀୟଜଳ ଯୋଗାଣ ହୋଇଥାଏ । କିଛି ଦିନ ହେବ ସଦାନନ୍ଦପୁର ଗ୍ରାମକୁ ଯାଇଥିବା ପାନୀୟ ଜଳ ପାଇପି ବୁଧଙ୍ଗ କେନାଲଠାରେ ଲୁହା ପାଇପି ଫାଟିଯାଇଛି । ଯାହାକି ପାଣି ଚାଲିଲେ ରାସ୍ତାରେ ପାଣି ଭାସିବା ସହ କେନାଲରେ ପାଣି ଜମି ରହୁଛି । ଅନ୍ୟ ପକ୍ଷେ ସଦାନନ୍ଦପୁର ଗ୍ରାମକୁ ମେଗା ପାନୀୟ ଜଳ ଯୋଗାଣ କାର୍ଯ୍ୟ ଆରମ୍ଭ ହେବା ସହ ପାଇପି ବିଛା ଯାଇଛି । ଯାହାକି ସଦାନନ୍ଦପୁର ଗ୍ରାମକୁ ପାନୀୟ ଜଳ ଯୋଗାଣ ବନ୍ଦରହିଛି । ପାଣି ମଟର ଚାଲିଲେ ପାଣି ଫଟା ପାଇପିରେ ରାସ୍ତାରେ ପାଣି ସୁଅ ପରି ଚାଲିବା ସହ କେନାଲରେ ପାଣି ଭାସୁଛି । ମାତ୍ର ଗ୍ରାମକୁ ପାନୀୟ ଯାଉନାହିଁ । ଏସମ୍ପର୍କରେ ସ୍ଥାନୀୟ ସରପଞ୍ଚ ଦୀପା ବେହେରା କହନ୍ତି ଏ ସମ୍ପର୍କରେ ବାରମ୍ବାର ବିଭାଗୀୟ ଜେଇଙ୍କୁ ଜଣାଇ ଦିଆଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ସେହିପରି ପମ୍ପହାଉସ ଚଳାଉଥିବା ବ୍ୟକ୍ତି ଉକ୍ତ ପମ୍ପ ହାଉସରେ ରହିବା ସହ ଅଯଥା ବିଦ୍ୟୁତ ଖର୍ଚ୍ଚ କରୁଛନ୍ତି । ଯାହାକି ଉକ୍ତ ପମ୍ପ ହାଉସ ସେଠାରେ ଚାଲିବା ଦରକାର ନ ଥିବା ବେଳେ ସେ ତାଙ୍କ ମନଇଛା ପମ୍ପ ହାଉସ ଚଳାଇ ପଞ୍ଚାୟତର ବିଦ୍ୟୁତ ଦେୟ ବଡାଇ ଚାଲିଛନ୍ତି ବୋଲି ସରପଞ୍ଚ ଅଭିଯୋଗ ଆଣନ୍ତି । ଏ ସମ୍ପର୍କରେ ବିଭାଗୀୟ ଜେଇ ଅନିତା ରାଜ ପଣ୍ଡାଙ୍କୁ ପଚାରିବାରୁ ସେ କହନ୍ତି ମୁଁ ଏ ସମ୍ପର୍କରେ କିଛି ଜାଣି ନାହିଁ । ମୋ ପାଖରେ କେହି ଅଭିଯୋଗ ଆଣି ନାହାନ୍ତି । ପକୃତ ପକ୍ଷେ ଜେଇ ସତ କହୁଛନ୍ତିି ତାହା ଜଣାପଡୁନାହିଁ । ତୁରନ୍ତ ପୁରୀ ଜିଲ୍ଲାପାଳ ଏ ଦିଗରେ ହସ୍ତ କ୍ଷେପ କରି ବିଦ୍ୟୁତ ବିଲ ରୋକିବା ସହ ପାନୀୟ ଜଳ ସମସ୍ୟା ଦୂର କରିବା ପାଇଁ ଦାବି ହେଉଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୪/୧୦/୨୦୨୨---୮,୧୦
Sakhigopal News, 14/10/2022