Breaking News

ନିମ୍ନ ମାନର ରାସ୍ତା ନିର୍ମାଣ, ବିଡିଓ ଙ୍କୁ ଅଭିଯୋଗ , କାର୍ଯ୍ୟାନୁଷ୍ଠାନ ଶୁନ୍ଯ , ଆନ୍ଦୋଳନ ପାଇଁ ସଜବାଜ


ବଲାଙ୍ଗୀର,ସଇଁନ୍ତଲା ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳର ଉନ୍ନତି ପାଇଁ ପ୍ରତ୍ୟେକ ବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି।ହେଲେ କିଛି ଅସାଧୁ କର୍ମଚାରୀ ଓ ଠିକାଦାର ଙ୍କ ସଲା ସୁତୁରା ଯୋଗୁଁ ଲକ୍ଷ ଲକ୍ଷ ଟଙ୍କା ର ଦୃନୀତି ହେଉଥିବା ଭଳି ଅଭିଯୋଗ ମଧ୍ୟ ହେଉଛି।ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ବ୍ଲକ ଘୁନସର ଖେଳ ପଡିଆ ଠାରୁ କଲୋନୀ ପଡ଼ା ରାସ୍ତା ନିର୍ମାଣ କାର୍ଯ୍ୟ ନିମ୍ନ ମାନର ହୋଇଥିବା ନେଇ ବିଡ଼ିଓ ଚନ୍ଦ୍ରମଣି ନାଗଙ୍କ ନିକଟରେ ଅଭିଯୋଗ ମଧ୍ୟ ହୋଇଥିଲା। ହେଲେ ତଦନ୍ତ ବଦଳରେ ଠିକାଦାର ଙ୍କୁ ସହଯୋଗ କରି ବିଲ ପାସ କରିଥିବା ଜଣାପଡିଛି। ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ସୂଚନା ମତେ,
ଘୁନସର ଖେଳ ପଡିଆ ଠାରୁ କଲୋନୀ ପଡ଼ା ରାସ୍ତା ନିର୍ମାଣ କାର୍ଯ୍ୟ ପାଇଁ ସିଏଫସି ପାଣ୍ଠି ରୁ ୨୦୨୨-୨୩  ଆଥିର୍କ ବର୍ଷରେ ୩ ଲକ୍ଷ ଟଙ୍କା ର ରାସ୍ତା ନିର୍ମାଣ କାର୍ଯ୍ୟ ହୋଇଛି।ମାସେ ନପୁରୁଣୁ ରାସ୍ତା ଗୁଡ଼ିକ ଫାଟି ଆଁ କଲାଣି । ଏନେଇ ଅନେକ ଥର ବ୍ଲକ ପ୍ରଶାସନ ଠାରେ ଅଭିଯୋଗ କରାଯାଇଥିବା ବେଳେ ତଦନ୍ତ କରି କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କହିଥିଲେ ଅଧିକାରୀ । ହେଲେ ଠିକାଦାର ଙ୍କୁ ସହଯୋଗ କରି ବିଲ ପାସ କରାଯାଇ ଥିବା ନେଇ ସୂଚନା ମିଳିଛି। ଏହି ବ୍ଲକ ରେ ଜେଇ ଙ୍କ ଠାରୁ ବିଡିଓ ଙ୍କ ପର୍ଯ୍ୟନ୍ତ ପିସିରେ ବ୍ଲକ ଚାଲୁ ଥିବା ନେଇ ଜଣସାଧାରଣରେ ଆଲୋଚନା ହେଉଛି।
 ପିସି ଟଙ୍କା କାଟିବା ପରେ ବାକି ଯାହା ଟଙ୍କା ଠିକାଦାର ପାଇବା କଥା ତାହା ଟଙ୍କା ଦେଉଛନ୍ତି।କିଛି ଜେଇ ୫ ରୁ ୭ ଟି ପଞ୍ଚାୟତର ଦାୟିତ୍ୱ ରେ ଥିବା ବେଳେ ପିସି ଖାଇ ମାଲେମାଲ ହେଉଥିବା ମଧ୍ୟ ଲୋକେ ଚର୍ଚ୍ଚା କରୁଛନ୍ତି।
ଏସମ୍ପକରେ ଜେଇ ରୋଜାଳିନ ପରିଡା ଙ୍କୁ ପଚାରିବାରୁ ମତେ କାହିଁକି ଅଭିଯୋଗ କରୁଛ ଜିଲ୍ଲା ପ୍ରଶାସନ କୁ  କର ବୋଲି କହନ୍ତି।ଏସମ୍ପକରେ ସହକାରୀ ନିର୍ବାହୀ ଯନ୍ତ୍ରୀ  ସନ୍ତୋଷ ବେହେରା ଙ୍କୁ ପଚାରିବାରୁ ଆପଣ ତ ଜାଣିଛନ୍ତି ଆଉ କାହିଁକି ପଚାରୁଛନ୍ତି ବୋଲି କହନ୍ତି।ତେବେ ଜିଲ୍ଲା ପ୍ରଶାସନ ଓ ଭିଜିଲାନ୍ସ  ତଦନ୍ତ କରିବା ପାଇଁ ସାଧାରଣ ରେ ଦାବି ହେଉଛି

ବଲାଙ୍ଗିର ରୁ ରଞ୍ଜନ କୁମାର ବାଗ ଙ୍କ ରିପୋର୍ଟ,୧୫/୧୦/୨୦୨୨---୬,୪୦    Sakhigopal News 15/10/2022

Blog Archive

Popular Posts