ଗୋଲାମୁଣ୍ଡା ବ୍ଲକର କୁମ୍ଭାରୀ ଗ୍ରାମରେ ଯୌତୁକ ପ୍ରଥାକୁ ନେଇ ବଧୂ ହତ୍ୟା ; ଚାରି ଅଭିଯୁକ୍ତ ଗିରଫ
କଳାହାଣ୍ଡି--- ଦିନକୁ ଦିନ ନାରୀ ନିର୍ଯାତନା ଓ ହତ୍ୟା ବଢ଼ି ବଢ଼ି ଚାଲିଛି । ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡାବ୍ଲକର କୁମ୍ଭାରୀ ଗ୍ରାମରେ ଅଞ୍ଜନା ସା ଙ୍କୁ ଯୌତୁକ ପ୍ରଥାକୁ ନେଇ ନିଜ ପରିବାର ଲୋକେ ଦଲବଧ ଭାବରେ ହତ୍ୟା କରିଥିଲେ ବୋଲି ଗୋଲାମୁଣ୍ଡା ଥାନାରେ ଅଞ୍ଜନାର ଭାଇ ଅକୁର ସା ଏତେଳା ଦେଇ ଥଲା । ଅଭିଯୋଗ କୁ ଭିତ୍ତି କରି ୧୩୯/୨୦ରେ ଏକ କେସ ରୁଜୁ କରାଯାଇଥିଲା । ଗଣମାଧ୍ୟମରେ ପ୍ରକାଶିତ ହେଲାପରେ ଗତକାଲି ସୋମବାର ଦିନ ଧର୍ମଗଡ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ଗୋଲାମୁଣ୍ଡା ଆଇ ଆଇ ସି ଯୁଗଳ ଶବର ଓ ଦଶପୁର ଫାଣ୍ଡି ଅଧିକାରୀ ଚନ୍ଦ୍ରହାସ୍ୟ ସାହୁ ଗତକାଲି କୁମ୍ଭାରୀ ଗ୍ରାମଯାଇ ତଦନ୍ତ ଜାରି କରିଥିଲେ । ଏ ସମ୍ପର୍କରେ ଖବରପାଇ କଳାହାଣ୍ଡି ମହିଳା ସମାଜସେବୀ ସଙ୍ଘଠନରୁ ଝିଲିମିଲି ପାଳ ଓ ତାଙ୍କ ସହଯୋଗୀ ଉପସ୍ଥିତ ଥିବା ସଙ୍ଗେ ଗଣମାଧ୍ୟମପ୍ରତିନଧି ମାନେ ମଧ୍ୟ ଉପସ୍ଥିତ ଥିଲେ । ପୋଲିସ ତଦନ୍ତ କରି ଯୌତୁକ ସାମଗ୍ରୀଗୁଡିକ ମୃତକର ବାପାଙ୍କୁ ହସ୍ତାନ୍ତର କରିଥିଲେ । ଏଘଟଣା ସମ୍ପର୍କରେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକଙ୍କୁ ପଚାରବାରୁ ତଦନ୍ତ ଚାଲିଛି ଆସାମୀ ଚାରିଜଣଙ୍କୁ ଗିରଫ ମଧ୍ୟ କରାଯାଇଛି । ସମସ୍ତ ତଥ୍ୟ ଜଣା ପଡିଲା ପରେ କୋର୍ଟ ଚାଲାଣ କରାଯିବ ବୋଲି ମିଡ଼ିଆ ସମ୍ମୁଖରେ ପ୍ରକାଶ କରିଥିଲେ । ଆଜି ମଙ୍ଗଳ ବାର ଅପରାହ୍ନ ତିନିଟା ସମୟରେ ଗୋଲାମୁଣ୍ଡା ଥାନାଅଧିକାରି ଯୁଗଳ ଶବର ଙ୍କୁ ପଚାରିବାରୁ ସେ କହିଛନ୍ତିଯେ ମୃତ୍ୟୁ ଅଞ୍ଜନାର ସ୍ୱାମୀ ଡିଲେ ସା, ଶାଶୁ ଦୁଇ ଜଣ ସଇଁତଳା ସା, ସେନ୍ଦ୍ରୀ ସା ଓ ଶିଵ ସା ଙ୍କୁ କୋର୍ଟ ଚାଲାଣ କରା ଯାଇଛି , ହେଲେ ଡିଲେ ସ୍ୱର ସାଙ୍କୁ କୋରାନା ସଂନ୍ଦେହେ ଥିବାରୁ ତିନି ଜଣକୁ କୋର୍ଟ ଚାଲାଣ କରାଗଲା ବୋଲି ଫୋନ ଯୋଗେ ଜଣାଇ ଥିଲେ, ମହିଳା ସ୍ବେଛାସେବୀ ସଙ୍ଘଠନ ନେତ୍ରୀ ଝିଲିମିଲି ପାଳ ପୋଲିସ ତଦନ୍ତକୁ ପ୍ରଶଂସା କରି ଦୋଷୀଙ୍କୁ ଦଣ୍ଡ ମିଳିବ ବୋଲି ମତ ଦେଇଥିଲେ !ମୃତକର ବାପା ଓ ଭାଇ ହତ୍ୟା କରାଯାଇଛି ବୋଲି ମତବ୍ୟକ୍ତ କରିଥିବା ବେଳେ ମୃତକ ସ୍ୱାମୀ ଜାଣିଶୁଣି ଫସାଇ ଦିଆଯାଉଛି ବୋଲି ଗଣମାଧ୍ୟମ ଆଗରେ କହିଥିଲେ
କଳାହାଣ୍ଡିରୁ ପ୍ୟାରୀ ଲାଲ ଦୁର୍ଗା ଙ୍କ ରିପୋର୍ଟ