ରହସ୍ୟ ଘେରରେ ଟ୍ରାକ୍ଟର ଡ୍ରାଇଭର ଙ୍କ ମୃତ୍ଯୁ
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍:-ବରଗଡ଼ ଜିଲ୍ଲା ଋଷୁଡା ଫାଣ୍ଡି ଅନ୍ତର୍ଗତ ୫୪ନଂ ରାଜ୍ୟ ରାଜପଥ ଗଲିମା କୁକୁଡା ଫାର୍ମରେ ହୋଇଥିବା ବାଉଁସେନ ପାଳିର ଟ୍ରାକ୍ଟର ଡ୍ରାଇଭର ପ୍ରଦୀପ କୁମ୍ଭାରଙ୍କ ମୃତ୍ଯୁ ଘଟଣା ଧିରେ ଧିରେ ରହସ୍ଯମୟ ହେବାକୁ ଲାଗିଛି। ଯାହା ପ୍ରଦୀପକୁ ବୂର୍ଲା ଡାକ୍ତରଖାନାକୁ ଗୁରୁତର ଅବସ୍ଥାରେ ନିଆଯାଇ ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ଯୁ ଘଟିଥିଲା।ଏହାକୁ ନେଇ ବୁର୍ଲା ପୋଲିସ ବୁର୍ଲା ଫାଣ୍ଡିରେ ଏକ ଅପମୃତ୍ଯୁ ମାମଲା ରୁଜୁ କରି ଥିବା ଜଣାପଡିଛି। ହେଲେ ମୃତ ପ୍ରଦୀପ କେଉଁ କାରଣରୁ ଗୁରୁତର ହୋଇଥିଲେ ତାହା ଏ ପର୍ଯ୍ଯନ୍ତ ସ୍ପଷ୍ଟ ଜଣା ପଡି ନଥିବାବେଳେ ଅଞ୍ଚଳରେ ଏହା ଏକ ହତ୍ଯା ଜନିତ ମୃତ୍ଯୁ ବୋଲି ଅଧିକାଂଶ ସନ୍ଦେହ କରୁଥିବା ବେଲେ କିଛି ଲୋକ ତାକୁ ଦୁର୍ଘଟଣା ଜନିତ ମୃତ୍ଯୁ ଅଟେ ବୋଲି କହୁଛନ୍ତି । ପ୍ରକୃତ ଘଟଣାକୁ ଚପେଇଦେବାର ଉଦ୍ଯମ କରୁଥିବା ଜଣାପଡିଛି।ଏ ନେଇ ସ୍ଥାନୀୟ ପୋଲିସକୁ ପଚରା ଯିବାରୁ ସେ ଏ ବିଷୟରେ କିଛି ଜାଣି ନଥିବା ପ୍ରକାଶ କରିଛନ୍ତି। ତେବେ ଏତେବଡ ମୃତ୍ଯୁ ଘଟଣା ଘଟିଗଲା ପରେ ବି ସ୍ଥାନୀୟ ପୋଲିସ କିପରି ଭାବେ ଅବଗତ ନୁହଁନ୍ତି ତାହାନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ପୋଲିସ ଅନୁସନ୍ଧାନ କରାଯାଇ ଏହା ପଛରେ ଥିବା ସତ୍ଯ ଘଟଣାକୁ ଉନ୍ମୋଚନ କରାଯାଉ ବୋଲି ସାଧାରଣରେ ଦାବୀ ହେଉଛି।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀଗୋପାଳ ନିଉଜ୍....