Breaking News

ଦୁଇ ନାବାଳିକା ଛାତ୍ରୀଙ୍କ ସଲିଳ ସାମାଧି


ଡେଲାଙ୍ଗ ----- ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଗଡମୋଟରୀ ପଞ୍ଚାୟତ ଅଧିନ ଗଣ୍ଡପଡାଗ୍ରାମର ଦୁଇ ନାବାଳିକା ଆଜି ଘର ନିକଟରେ ଥିବା ପୋଖରୀ ବୁଡି ପ୍ରାଣ ହରାଇଛନ୍ତି । ସୁଚନାନୁଯାଇ ଗଣ୍ଡପଡା ଗ୍ରାମର ବିଜୟ ବେହେରାଙ୍କ ଝିଅ ଦିପ୍ତିମୟୀ (୯) ବିରଞ୍ଚି ବେହେରାଙ୍କ ଝିଅ ଲିଜାରାଣୀ (୧୧)ଙ୍କ ଆଜି ସକାଳ ୯.୩୦ ମିନିଟରେ ଗ୍ରାମର ଅନ୍ୟ ଦୁଇ ସାଙ୍ଗ ସହିତ ଘର ପାଖରେ ଥିବା ପୋଖରୀକୁ ସବୁଦିନ ଭଳି ଗାଧେଇବାକୁ ଯାଇଥିଲେ । ତେବେ ସାଥିରେ ଯାଇଥିବା ଅନ୍ୟ ଦୁଇ ସାଙ୍ଗ ଗାଧେଇ ସାରି ପୋଖରୀ ତୁଠରେ ପୋଷାକ ପରିବର୍ତନ କରୁଥିବା ବେଳେ ଦିପ୍ତି ଓ ଲିଜା ଉଭୟ ଧରାଧରି ହୋଇ ଗଭୀର ପାଣିକୁ ଚାଲି ଯାଇଥିଲେ । ପୋଖରୀ ମଧ୍ୟରୁ ଦୁଇ ନାବାଳିକା କୂଳକୁ ଫେରିବା ବିଳମ୍ବ ହେବାରୁ ଜଣେ ସାଥୀ ଦୈାଡି ଯାଇ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ । ପରିବାର ଲୋକେ ସେଠାରେ ପହଞ୍ଚି ଉଭୟଙ୍କୁ ପାଣି ରୁ ଉଦ୍ଧାରକରି ଡେଲାଙ୍ଗ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । କାର୍ଯ୍ୟରତ ଡାକ୍ତର ଅମ୍ଳାନ ଜଗଦେବ ନାବାଳିକା ଦ୍ୱୟଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ସୁଚନାମୁତାବକ ଗଙ୍ଗପଡା ପ୍ରାଥମିକ ବିଦ୍ୟାଳୟରେ ଲିଜା ଚତୁର୍ଥ ଶ୍ରେଣୀର ଛାତ୍ରୀ ହୋଇଥିବା ବେଳେ ଦିପ୍ତି ୩ୟ ଶ୍ରେଣୀରେ ପଢନ୍ତି । ନାବାଳିକା ଦ୍ୱୟଙ୍କ ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକ ର ଛାୟା ଖେଳିଯାଇଛି । ଖବର ପାଇ ଡେଲାଙ୍ଗ ଥାନା ସେକେଣ୍ଡ ଅଫିସର ଉପେନ୍ଦ୍ରନାଥ ଦାଶ ହାଟ ଡେଲାଙ୍ଗ ଫାଣ୍ଡି ଅଧିକାରୀ ଗଙ୍ଗାଧର ସାହୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ମୃତ ଦେହକୁ ଜବତ କରି ବ୍ୟବଛେଦ ପାଇଁ ପୁରୀ ପଠାଇଛନ୍ତି । ଏନେଇ ଥାନାରେ ୯/୨୦ରେ ଏକ ଅପମୃତ୍ୟୁ ମାମାଲା ହୋଇଛି । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts