ଅଲ ଓଡିଶା ଅଙ୍ଗନୱାଡି ଲେଡିଜ୍ ୱାର୍କରସ ଆସୋସିଏସନର ପୁନଃ ବିଚାର ପାଇଁ ଦାବୀ
ଡେଲାଙ୍ଗ ---- ଡେଲାଙ୍ଗ ବ୍ଳକର କିଆଲୁଣ୍ଡା ର ଅଙ୍ଗନୱାଡି କର୍ମୀ ଅନିତା ବେହେରାଙ୍କୁ ଅନ୍ୟାୟ ଭାବରେ କାର୍ଯ୍ୟରୁ ଅନ୍ତର କରାଯାଇଛି । ଏହାର ପୁନଃ ବିଚାର କରିବା ପାଇଁ ଅଲ ଓଡିଶା ଅଙ୍ଗନୱାଡି ଲେଡିଜ ୱାର୍କରସ ଆସୋସିଏସନ ପକ୍ଷରୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । କୌଣସି କାରଣ ନଥାଇ ବା କର୍ମୀଙ୍କୁ କାରଣ ନ ଦର୍ଶାଇ ଆଉ ଜଣେ କର୍ମୀଙ୍କୁ ସେଠାରେ କିପରି ନିଯୁକ୍ତି ଦିଆଗଲା ତାହା ଏବେ ପ୍ରଶ୍ନ ବାଚୀ ହୋଇ ପଡିଛି । ଏଥିରୁ ପ୍ରମାଣିତ ହେଉଛି ଯେ ଅଙ୍ଗନୱାଡି କର୍ମୀ ମାନେ ଅଧିକାରିଣୀଙ୍କର ଗୋଟିଏ ଗୋଟିଏ ଖଣ୍ଡେଇ । ଯେତେବେଳେ ଚାହିଁବେ ସେତେବେଳେ ବାହାର କରିଦେବେ । ବଜାରରେ ମିଳୁଥ୍ôବା ଖଣ୍ଡେଇ କିଣି ଆଣି ସେଠାରେ ଥୋଇଦେବେ । କୌଣସି ଦୋଷ କରିନଥିବା କର୍ମୀଙ୍କୁ ଦଣ୍ଡିତ କରିବାର ଅଧିକାରଆପଣଙ୍କୁ ଦେଲା କିଏସେ ବୋଲି ସଂଘ ପ୍ରଶ୍ନ ଉଠାଇଛି । କର୍ମୀଙ୍କ ଦରମା ଉପରେ ତାଙ୍କର ପରିବାର ନିର୍ଗର କରି ଚଳିଥାନ୍ତି । ଯଦି ଏପରି ସ୍ଥଳେ ତାଙ୍କ ପରିବାର ବା ସେ ନିଜେ କିଛି କରି ଦିଅନ୍ତି ତାହେଲେ ଏଥିପାଇଁ ଆଣ ଦାୟୀ ରହିବେ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଏଣୁ ସମସ୍ତ ଅଙ୍ଗନୱାଡି କର୍ମୀ ଓସହାୟିକା ତୁରନ୍ତ ତିନି ଦିନ ମଧ୍ୟରେ ଏହାର ସଠିକ ବିଚାର କରି ନ୍ୟାୟ ପ୍ରଦାନ କରାନଗଲେ ରାଜରାସ୍ତାକୁ ଓହ୍ଳାଇବେ ବୋଲି ସଂଘ ଚେତାବନୀ ଦେଇଛି । ଡେଲାଙ୍ଗ ମହିଳା ଶିଶୁ ବିକାଶ ଅଧିକାରୀଣିଙ୍କ ସହିତ ଏହାର ଏକକିତା ନକଲ ପୁରୀ ଜିଲ୍ଲାପାଳ, ଉପଜିଲ୍ଲାପାଳ, ମହିଳା ଓ ଶିଶୁ ବିକାଶ ବିଭାଗଙ୍କୁ ପଠାଯାଇଛି ବୋଲି ସଂଘର ସଭାନେତ୍ରୀ ଜ୍ୟୋସ୍ନାରାଣି ସାହୁ, ସମ୍ପାଦିକା ମମତା ବରାଳ ଓ ଅନ୍ୟ ମାନେ ଦୀପ୍ତିମୟୀ ଦେବୀ, ପୁଷ୍ପଲତା ନାୟକ, ରଣଜିତା ବେହେରା, ପ୍ରତିମା ରାଉତ, ବିଜୟ ଲକ୍ଷ୍ମୀ ସେନାପତି, ସ୍ୱର୍ଣ୍ଣଲତା ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି