Breaking News

ଡେଲାଙ୍ଗ ଚୋରା ବାଇକି ର‌୍ୟାକେଟ ଜଣେ ଗିରଫ;୫ବାଇକି ଉଦ୍ଧାର

  ଡେଲାଙ୍ଗ--- -ଡେଲାଙ୍ଗ ଥାନା ଅଞ୍ଚଳରେ ଚୋରା ଗାଡି କାରବାରର ପେଣ୍ଠସ୍ଥଳୀ ପାଲଟିଛି । ଡେଲାଙ୍ଗ ପୋଲିସ ୧୫୩/୨୦ରେ ଏକ କେସ ରୁଜ କରି ୪୫ଟି ଚୋରା ବାଇକି ଉଦ୍ଦାର କରିବାରେ ସକ୍ଷମ ହୋଇଥିଲେ । ଏହି କେସରେ ୬ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ମାତ୍ର ଜଣେ ଅଭିଯୁକ୍ତ ଖସି ଯାଇଥିଲା । ଡେଲାଙ୍ଗ ପୋଲିସ ନୟାଗଡ ଜିଲ୍ଲା ଅନ୍ତର୍ଗତ ଦେଉଳିପାଲି ଗ୍ରାମର ଦିପକ କୁମାର ପ୍ରଧାନ(୨୨)ଙ୍କୁ ଗିରଫ କରି ତାଙ୍କ ଠାରୁ ୫ଟି  ଚୋରା ବଇକି ଜବତ କରିବା ସହ କୋର୍ଟ ଚାଲାଣ କରିଛି । ଜାମିନି ନାମାଞ୍ଜୁର ହେବାରୁ ଅଭିଯୁକ୍ତକୁ ବିଚାର ବିଭାଗୀୟ ଜେଲକୁ ପଠାଯାଇଥିବା  ଡେଲାଙ୍ଗ ଥାନା ଅଧିକାରୀ ରଶ୍ମି ରଞ୍ଜନ ପଟ୍ଟନାୟକଙ୍କ ଠାରୁ ସୁଚନା ମିଳିଛି । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 


Blog Archive

Popular Posts