Breaking News

ତେଲ ଟ୍ୟାଙ୍କର ଟ୍ରକ୍ ରୁ ତିନି ବସ୍ତା ଗଞ୍ଜେଇ ଜବତ

ଆଙ୍କର-କନ୍ଧମାଳ ଜିଲ୍ଲା  ରାଇକିଆ ଥାନା ବେରେଡ଼ାକିଆ ଛକରେ ଗାଡ଼ି ଯାଞ୍ଚ୍ ବେଳେ ଗଞ୍ଜେଇ ଜବତ କରିଛି ରାଇକିଆ ପୋଲିସ୍ ।ଜବତ ଗଞେଇର ଆନୁମାନିକ ମୂଲ୍ୟ ଅଢ଼େଇ ଲକ୍ଷ ରୁ ଉର୍ଦ୍ଧ୍ବ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ସୂଚନା ଓଡି, ୦୫,ଟି ,୧୧୭୭ ନମ୍ବର ଯୁକ୍ତ ଏକ ପେଟ୍ରୋଲିୟମ ତେଲ ଟ୍ୟାଙ୍କର ରାୟଗଡ଼ା ରେ ତେଲ ଅନଲୋଡ୍ କରି ଫେରିବା ସମୟରେ ପୁର୍ବ ପ୍ରସ୍ତୁତି ଅନୁଯାୟୀ ବାଲିଗୁଡ଼ା ଅଞ୍ଚଳରୁ ତିନି ବସ୍ତା ଗଞ୍ଜେଇ ଗାଡ଼ିରେ ଲୋଡ କରି ଖୋର୍ଦ୍ଧା ଅଭିମୁଖେ ଯାଉଥିଲା । ଗଞେଇ ଚୋରାଚାଲାଣ ହେଉଥିବା ନେଇ ପୋଲିସ ସୂଚନା ପାଇଥିଲା ।   ପୂର୍ବ ସୂଚନା ଅନୁଯାୟୀ ରାଇକିଆ ପୋଲିସ୍ ପକ୍ଷରୁ ପେଟ୍ରୋଲିଂ ବ୍ୟବସ୍ଥା କୁ ଆହୁରି କଡ଼ାକଡ଼ି କରାଯାଇଥିଲା  । ସମସ୍ତ ଗାଡ଼ି ମୋଟର ଯାଞ୍ଚ୍ କଡ଼ାକଡ଼ି କରାଯାଇଥିଲା । ରାଇକିଆ ଥାନା ବେରେଡ଼ାକିଆ ନିକଟରେ ଗାଡ଼ି ମୋଟର ଯାଞ୍ଚ୍ ସମୟରେ ଉକ୍ତ ତେଲ ଟ୍ୟାଙ୍କର ଗାଡ଼ିର କ୍ୟାଭିନ୍ ସିଟ୍ ତଳୁ ତିନି ବସ୍ତା ଗଞ୍ଜେଇ ଜବତ କରିଛି ପୋଲିସ୍ । ଘଟଣା ସ୍ଥଳରୁ ଗାଡ଼ିସହ ଚାଳକକୁ ଗିରଫ କରି କୋର୍ଟ ଚାଲାଣ କରିଛି ରାଇକିଆ ପୋଲିସ୍ । ଗିରଫ ଚାଲାଣକାରୀ ନୟାଗଡ଼ ଜିଲ୍ଲାର ଗୋଲକ ବିହାରୀ ଦାସ  ତାଙ୍କ ଠାରୁ ନଗଦ ଦୁଇ ହଜାର ଟଙ୍କା ଏକ ମୋବାଇଲ ଜବତ କରାଯାଇଛି ବୋଲି ରାଇକିଆ ଥାନା ଅଧିକାରୀ ଅଲେଖ ଗରଡିଆ ସୁଚନା ଦେଇଛନ୍ତି ।  

 କନ୍ଧମାଳରୁ ମନୋଜ କୁମାର ପଣ୍ଡା

Blog Archive

Popular Posts