Breaking News

ନୟାଗଡରେ ପୁଣି କରୋନା ଆକ୍ରାନ୍ତ ଚିହ୍ନଟ

ନୟାଗଡ଼: ନୟାଗଡ଼ ଜିଲ୍ଲାରେ ଦିନକୁ ଦିନ କରୋନା କାୟା ବିସ୍ତାର କରିଚାଲିଛି।ପ୍ରବାସୀ ଓଡିଆମାନେ ସଙ୍ଗରୋଧ କେନ୍ଦ୍ରରେ ଥିଲେ ମଧ୍ୟ ସେମାନଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ରିପୋର୍ଟ ଆସିବାକୁ ଅଧିକ ସମୟ ଲାଗୁଛି।ଲୋକମାନେ ସାମାଜିକ ନୀତିନିୟମକୁ ମାନୁନାହାଁନ୍ତି।ଜିଲ୍ଲାରେ ମୋଟ ୨୭ ଜଣ କରୋନା ଆକ୍ରାନ୍ତ ଥିବାବେଳେ ଆଜି ପୁଣି ୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି।ସେମାନଙ୍କ ମଧରୁ ୩ଜଣ ରଣପୁର ଏବଂ ୨ଜଣ ଦଶପଲ୍ଲା ଅଞ୍ଚଳର ବୋଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। 
ନୟାଗଡ଼ ରୁ ସୁଦୀପ୍ତ କୁମାର ଦଳେଇ

Blog Archive

Popular Posts