Breaking News

ରାସ୍ତା କରରେ ଗଛ ଲଗାଇବା ନାମରେ ଲକ୍ଷାଧିକ ଟଙ୍କା ଚଳୁ ; ତଦନ୍ତ କରିବା ପାଇଁ ଦାବି କଲେ ଗ୍ରାମବାସୀ

 ଡେଲାଙ୍ଗ--- ପୁରୀ ଜିଲ୍ଲାରେ ଡେଲାଙ୍ଗ ବ୍ଳକର ରାସ୍ତା କରରେ ଗଛ ଲଗାଇବା ନାମରେ ପ୍ରାୟ ୨୫ରୁ ୩୦ ଲକ୍ଷ ଟଙ୍କା ତୋଷରପାତ କରାଯାଇଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ସୁଚନା ଯୋଗ୍ୟ ଯେ ରାଜ୍ୟ ସରକାରଙ୍କ ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ଏନଆରଜିଏସ ରେ ଅଭୟମୁଖୀରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତର ଇନ୍ଦିପୁର ମାଳିସାହି  ଠାରୁ ପାଣିଓଳା ଗ୍ରାମ୍ୟ ରାସ୍ତା କରରେ ଗଛ ଲଗାଇବା ପାଇଁ  ଦାୟତ୍ୱ ନେଇଥିଲେ । ଏଥିପାଇଁ ପ୍ରାୟ ୨୫ ରୁ ୩୦ ଲକ୍ଷ ଟଙ୍କା ସରକାରଙ୍କ ତହବିଲରୁ ବିଲ କରାଯାଇଥିବା ଜଣାପଡିଛି ବୋଲି ଗ୍ରାମବାସୀ ମାନେ କହନ୍ତି । ଡେଲାଙ୍ଗ ବ୍ଳକରେ ଏହି ବିଭାଗ ବିଭିନ୍ନ ଯାଗାରେ କାମ କରିବା ନାମରେ ଲୋକଙ୍କୁ ଠକି ଚାଲିଛନ୍ତିି ବୋଲି ନରେଶ ନାୟକ, ସୋମନାଥ ସେନାପତି, ପୂର୍ଣ୍ଣଚନ୍ଦ୍ର ପରିଡା, ମିନତି ସେନାପତି, କେଳୁ ସ୍ୱାଇଁ ପ୍ରମୁଖ ଅଭିଯୋଗ କରିଛନ୍ତି । ପୋଖରୀ, ଗାଇ, କୁକୁଡା, ବତକ, ମାଛ , ବିଭିନ୍ନ ଫଳ ଓ ପନି ପରିବା ଚାଷ ନାମରେ କୋଟି କୋଟି ଟଙ୍କା ଜାଲିଆତି କରାଯାଇଛି ବୋଲି କହନ୍ତି । ସେହିପରି ରାସ୍ତା କରରେ ଲଗା ଯାଇଥିବା ଗଛ ଗୋଟିଏ ବି ବଞ୍ଚିନଥିବା ବେଳେ କିପରି ବିଲ କରାଯାଇଛି ତାହା ଏବେ ଗ୍ରାମବାସୀଙ୍କୁ ଚିନ୍ତାରେ ପକାଇଛି । ଏ ସମ୍ପର୍କରେ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ କହନ୍ତି ଫନି ପରେ ପରେ ବିଭାଗ ପକ୍ଷରୁ ବହୁ ଟଙ୍କା ଡେଲାଙ୍ଗ ଅଞ୍ଚଳକୁ ଆସିଥିଲା ତାହା କେଉଁଠି ଖର୍ଚ୍ଚ ହୋଇଛି ତାହା ଜଣାପଡୁନାହିଁ । ଅଭିଯୋଗ ଯେଉଁ ଆସିଛି ତାହା ସଠିକ ତଦନ୍ତ କରାଯିବା ପାଇଁ ସେ କହିଛନ୍ତି । ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ପଚାରିବାରୁ ସେ କହନ୍ତି ଅଭିଯୋଗ ପାଇଛି , ମାତ୍ର କରୋନା ଯୋଗୁ ଲକ ଡାଉନ ଜାରି ରହିଛି । ଲକ ଡାଉନ ଉଠିବା ପରେ ତଦନ୍ତ କରାଯାଇ ବିହିତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts