Breaking News

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୭୫ ହଜାର ଟଙ୍କା ପ୍ରଦାନ

ଡେଲାଙ୍ଗ ----  ରାଜ୍ୟରେ କରୋନା ଯୋଗୁ ଆର୍ଥିକ ପରିସ୍ଥିତି ଭଲ ନାହିଁ । ସମସ୍ତଙ୍କର ସହଯୋଗ କାମନା କରିଥିଲେ ମୁଖ୍ୟମନ୍ତ୍ରୀ । ଏହାକୁ ନଜର କରି ଡେଲାଙ୍ଗ ବ୍ଳକର ମିଶନ ଶକ୍ତି ମହିଳା ମହାସଂଘ ପକ୍ଷରୁ ୨୫ ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ପ୍ରଦାନ କରିଛନ୍ତି । ସେହିପରି ଡେଲାଙ୍ଗ ଅଙ୍ଗନୱାଡି ଆସେସିଏସନ ପକ୍ଷରୁ ୫୦ ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ପ୍ରଦାନ କରିଥିବା ଜଣାପଡିଛି । ଏହି ଚେକ ପୁରୀ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁଙ୍କୁ ମିଶନ ଶକ୍ତି ମହିଳା ମହାସଂଘର ସମ୍ପାଦିକା ବାସନ୍ତୀ ସାହୁ ଓ ଅଙ୍ଗନୱାଡି କର୍ମୀ ଆସୋସିଏସନର ସଭାନେତ୍ରୀ ମମତା ବରାଳ ଚେକ ପ୍ରଦାନ କରିଥିଲେ ।
 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts