ବର୍ଷେ ପୁରିଲା ଫନି; ଛାତ ଘର ହେଳା ଚାଳ ଘର , ଚାଳଘର ହେଳା କୋଠା ଘର
ସାକ୍ଷୀଗୋପାଳ---- ରାତି ପାହିଲେ ଫନିକୁ ବର୍ଷେ ପୁରିବ । କେତେ ଦୁଖଃ କେତେ ଘର ଉଜାଡି ଦେଲା । ସତ୍ୟବାଦୀ ବ୍ଳକରେ ୭ଜଣଙ୍କର ମୃତ୍ୟୁ ହୋଇଥିଲା । କେତେଜଣ ଆହତ ହୋଇଥିଲେ ତାର ହିସାବ କାହାରି ପାଖରେ ନାହିଁ । ରହିଛି କେବଳ ସେ ଦିନର ଅଭୁଲା ସ୍ମୃତି । ଆଜି ଆକାଶରେ କଳା ବାଦଲ ସହ ପବନ ହେଲେ ଲୋକ ମାନଙ୍କର ରୁମ ଟାଙ୍କୁରୀ ଉଠୁଛି । ଆଜି ବି ସତ୍ୟବାଦୀ ବ୍ଳକରେ ଅନେକ ପରିବାର ପଲିଥିନି ତଳେ ରହିଛନ୍ତି । ଅନ୍ୟ ପକ୍ଷେ ସତ୍ୟବାଦୀ ବ୍ଳକର ଶ୍ରୀ ଶ୍ରୀ ଗୋବିନ୍ଦ ଜିଉ ଗୋ ଶାଳା ଏହି ଫନିରେ ବହୁତ କ୍ଷତି ହୋଇଥିଲା । ଗୋ ଶାଳା ଉଜୁଡି ଗଲା । ଏପରିକି ଗୋରୁ ମାନଙ୍କ ପାଇଁ ରଖାଯାଇଥିବା ଛଣ, କୁଟା, ଗୋ ଖାଦ୍ୟ ସବୁ ନଷ୍ଟ ହୋଇଯାଇଥିଲା । ଏପରିକି ଗୋରୁ ମାନଙ୍କୁ ଖରା ଓ ବର୍ଷାରୁ ରକ୍ଷା କରିବା ପାଇଁ କରାଯାଇଥିବା ଆଜବେଷ୍ଟସ ଘର ଗୁଡିକ ଭାଙ୍ଗି ରୁଜି ଚୁରମାର ହୋଇଗଲା । ବରାଳ ବାଲେୁଙ୍କେଶ୍ୱର ଦେବ ଚାରିଟିବୁଲ ଟ୍ରଷ୍ଟ ର ସଭାପତି ମହେଶ୍ୱର ପ୍ରଧାନ ଅନେକ ଥର ସତ୍ୟବାଦୀ ତହସିଲ ଓ ବ୍ଳକ ବିଡିଓ ସମସ୍ତଙ୍କୁ ଜଣାଇଥିଲେ ମଧ୍ୟ ବର୍ଷେ ହୋଇଗଲା ଟଙ୍କା ଟିଏ ଘର ପାଇଁ ସରକାରୀ ସାହାର୍ଯ୍ୟ ମିଳିଲା ନାହିଁ ବୋଲି ଶ୍ରୀ ପ୍ରଧାନ କହନ୍ତି । ଏହି ନିରିହ ପଶୁ ମାନେ କହି ପାରିବେ ନାହିଁ ବା ଆନ୍ଦୋଳନ କରି ପାରିବେ ନାହିଁ ଏଣୁ ସେମାନଙ୍କୁ ସରକାରୀ ସାହାର୍ଯ୍ୟରୁ ବଞ୍ଚିତ କରାଯାଇଛି ବୋଲି ଲୋକମାନେ କହନ୍ତି । ଏବେ ବି ସକରାରୀ ସାହାର୍ଯ୍ୟକୁ ଅପେକ୍ଷା କରଛନ୍ତି ଅନେକ ପରିବାର । ସେ ସମୟରେ କୋଠା ଘର, ଗାଡି, ସରକାରୀ କର୍ମଚାରୀ ପେନସନ ହୋଲଡର ଫନିରେ ଘର ଭଙ୍ଗା ଦେଖାଇ ସାହାର୍ଯ୍ୟ ନେଇଗଲେ । ମାତ୍ର ଗରିବ, ଅସହାୟ, ଦିନ ମଜୁରିଆ, ରିକ୍ସାବାଲା, ସାଧାରଣ ଲୋକ ସରକାରୀ ସାହାର୍ଯ୍ୟରୁ ବଞ୍ଚିତ ହେଲେ । ଏପରିକି କୋଠା ଘର ଥିବା ଲୋକର ଚାଳ ଘର ଦେଖାଇ ସରକାରୀ ସାହାର୍ଯ୍ୟ ନେଇଥିବା ବେଳେ ପକୃତ ଚାଳଘର ପରିବାରଙ୍କୁ କୋଠା ଘର ଦେଖାଯାଇ ସରକାରୀ ସାହାର୍ଯ୍ୟରୁ ବଞ୍ଚିତ କରାଯାଇଛି । ଏ ସମ୍ପର୍କରେ ସତ୍ୟବାଦୀ ତହସିଲଦାର କସ୍ତୁରୀ ପ୍ରଧାନ କହନ୍ତି କରୋନା ପାଇଁ ଫନି କାର୍ଯ୍ୟ ବାଧାପାପ୍ତ ହୋଇଛି । ତଥାପି କାର୍ଯ୍ୟ ଚାଲିଛି, ବହୁ ଶିଘ୍ର ସାହାର୍ଯ୍ୟ ଯୋଗାଇ ଦେବା ପାଇଁ ଉଦ୍ଦ୍ୟମ ଜାରି ରହିଛି ବୋଲି କହନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି