Breaking News

ନାବାଳିକାକୁ ଅପହରଣ ଥାନାରେ ଅଭିଯୋଗ ; ପୋଲିସ ଦ୍ୱାରା ଉଦ୍ଧାର

ଡେଲାଙ୍ଗ ----- ଡେଲାଙ୍ଗ ଥାନା ଅଞ୍ଚଳରୁ ଜଣେ ନା ବାଳିକାକୁ ଅପହରଣ କରି ନେଇଥିବା ନା ବାଳିକାଙ୍କ ବାପା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ଡେଲାଙ୍ଗ ଥାନା ଆଇଆଇସି ରଶ୍ମି ରଞ୍ଜନ ପଟ୍ଟନାୟକ ତୁରନ୍ତ ବିଭିନ୍ନ ଯାଗାରେ ଚଡାଉ କରି ନାବାଳିକାଙ୍କୁ ଉଦ୍ଧାର କରିଥିବା ଜଣାପଡିଛି । ଡେଲାଙ୍ଗ ଥାନା କେସନଂ ୫୮/୨୦୨୦ରେ ଏକ ମକଦ୍ଦମା ରୁଜ କରାଯାଇଛି । ଅଭିଯୁକ୍ତ ଯୁବକ ଫେରାର ହୋଇଯାଇଥିବା ଜଣାପଡିଛି । ଆଜି ନାବାଳିକାଙ୍କୁ ଡାକ୍ତରୀ ମାଇନା କରାଯିବା ସହ ବୟାନ ରେକର୍ଡ କରାଯିବା ପରେ ସୁଧାର ଗୃହରେ ରଖାଯିବ ବୋଲି ଥାନା ଆଇଆଇସି ଶ୍ରୀ ପଟ୍ଟନାୟକଙ୍କ ଠାରୁ ସୁଚନା ମିଳିଛି ।
 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts