>>
  • ଘୁମୁସର ଗବେଷଣା ପ୍ରତିଷ୍ଠାନର ପଞ୍ଚମ ବାର୍ଷିକ ସମ୍ମିଳନୀ
  • >>
  • ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ ପାଇଁ ଯୁବ ଓ ଛାତ୍ର କଂଗେସ ନେତା ଙ୍କୁ ଗିରଫ
  • >>
  • ସାକ୍ଷୀଗୋପାଳ ଠାରୁ ଆରମ୍ଭ ହେଲା ବିକଶିତ କୃଷି ସଂକଳ୍ପ ଅଭିଯାନ ; କେନ୍ଦ୍ର କୃଷିମନ୍ତ୍ରୀ ‌ ଓ ମୁଖ୍ୟମନ୍ତ୍ରୀ ଉଦଘାଟନ କଲେ
  • ଉନ୍ନତ ମାନର ନଡିଆ ଚାରା ଯୋଗାଇ ଦେବାକୁ ଦାବି

    ସାକ୍ଷୀଗୋପାଳ ---- ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ନଡିଆ ଚାଷ ପାଇଁ ବେଶ ପ୍ରସିଦ୍ଧ । ସତ୍ୟବାଦୀରେ ଯେଉଁ ଆଡେ ଅନାଇବ ସିଆଡେ ନଡିଆ ଗଛ । ବିଶେଷ କରି ବ୍ରାହ୍ମଣ ପରିବାର ମାନଙ୍କର ମୁଖ୍ୟ ଚାଷ ନଡିଆ । ବର୍ଷକୁ ନଡିଆ ତିନିରୁ ଚାରିଥର ଆୟ ଦେଇଥାଏ । ଗତ ଫନି ବାତ୍ୟାରେ ଶହ ଶହ ସଂଖ୍ୟାର ନଡିଆ ଗଛ ନଷ୍ଟ କରି ଦେଇଛି । ଉଦ୍ୟାନ ବିଭାଗ ପକ୍ଷରୁ ନାମକୁ କେତେଜଣ ଚାଷୀଙ୍କୁ କ୍ଷତି ପୂରଣ ଦେଇଥିବା ଜଣାପଡିଛି । ଚାଷୀ ମାନେ ନିଜ ଖର୍ଚ୍ଚରେ ଭାଙ୍ଗି ଯାଇଥିବା ଗଛ ମୂଳରେ ନୂତନ ଗଛ ପକାଇବା ପାଇଁ ଗାତ ଖୋଳି ଉନ୍ନତ ମାନର ନଡିଆ, ଆମ୍ବ, ପଣସ, ଆଦି ଫଳ ଚାରା ପାଇଁ ଅପେକ୍ଷା କରିଥିବା ଜଣାପଡିଛି । ଫନି ଯିବାର ଏକ ବର୍ଷ ପରେବି ଚାଷୀ ମାନଙ୍କୁ ଗୋଟିଏ ନଡିଆ ଗଛ ଦିଆଯାଇ ନାହିଁ ବୋଲି ପୂର୍ଣ୍ଣଚନ୍ଦ୍ର ବେହେରା, ଅନାଥ ବାରିକ, ନରେନ୍ଦ୍ର ସ୍ୱାଇଁ ,କୁମର ଭୋଇ ଅଭିଯୋଗ ଆଣିଛନ୍ତି ।  ତୁରନ୍ତ କୃଷି ମନ୍ତ୍ରୀ  ଅରୁଣ ସାହୁ ଓ ବିଭାଗୀୟ ଅଧିକାରୀ ଏ ଦିଗପ୍ରତି ନଜର ଦେବା ସହ ଉନ୍ନତ ମାନର ନଡିଆ ଚାରା ଯୋଗାଇ ଦେବାକୁ ବିଭିନ୍ନ ନଡିଆ ଚାଷୀ ସଂଗଠନ ପକ୍ଷରୁ ଦାବୀ ହୋଇଛି ।
     ସାକ୍ଷୀଗେ।।ପଳରୁ ଧୀରେନ୍ଦ୍ର ସେନାପତି 

    Blog Archive

    Popular Posts