ଡେଲାଙ୍ଗ ବ୍ଳକରେ ୨୧୮ ଜଣ ପ୍ରବାସୀ ଓଡିଆ ବିଭିନ୍ନ କ୍ୱରୋଣ୍ଟାଇନ କେନ୍ଦ୍ରରେ
ଡେଲାଙ୍ଗ ----- ଡେଲାଙ୍ଗ ବ୍ଳକରେ ବିଭିନ୍ନ କ୍ୱାରେଣ୍ଟାଇନ କେନ୍ଦ୍ରରେ ୨୧୮ ଜଣ ଶନିବାର ଅପରାହ୍ନ ସୁଦ୍ଧା ରହିଥିବା ବେଳେ ୧୦୪ ଜଣଙ୍କୁ ନିଜ ଘରେ ଥିବା ସଂଗରୋଧରେ ରହିବା ପାଇଁ ପଠାଯାଇଥିବା ବ୍ଳକ ବିଡିଓ କ୍ଷୀରୋଦ୍ର ପ୍ରଧାନଙ୍କ ଠାରୁ ସୁଚନା ମିଳିଛି । ଜେନାପୁର ଗ୍ରାମ ପଞ୍ଚାୟତର କ୍ଷେତ୍ରପାଳ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କରାଯାଇଥିବା ସଂଗରୋଧ ଗୃହରେ ୩୪ଜଣଙ୍କ ମଧ୍ୟରୁ ୩୦ ଜଣଙ୍କ ସ୍ୱାବ ପରୀକ୍ଷା ପରେ ନେଗେଟିଭ ଆସିବା ପରେ ସେମାନଙ୍କୁ ନିଜ ଘରକୁ ପଠାଯାଇଛ । ସେଠାରେ ୪ ଜଣ କ୍ୱାରେଣ୍ଟାଇନ ଗୃହରେ ଥିବା ଜଣାପଡଇଛି । ସେହିପରି ଧାନକେରା ଗ୍ରାମ ପଞ୍ଚାୟତର ପକ୍ଷରୁ କରାଯାଇଥିବା କଲ୍ୟାଣପୁର ଜୁନିୟର କଲେଜ ପରିସରରେ କରାଯାଇଥିବା ସଂଗରୋଧ ଗୃହରେ ୫୪ ଜଣଙ୍କ ମଧ୍ୟରୁ ସ୍ୱାମୀ ଓ ସ୍ତ୍ରୀ ଦୁଇଜଣଙ୍କୁ ପ୍ରସ୍ତୁତି ପାଇଁ ପୁରୀ ମେଡିକାଲକୁ ପଠାଯାଇଛି । ଏବେ ସେଠାରେ ୫୨ ଜଣ ସଂଗରୋଧ ଗୃହରେ ରହିଛନ୍ତି । ଘନିପୁରର ରାଧାମୋହନ ଦେବ ବିଦ୍ୟାପୀଠରେ ୪୦ ଜଣଙ୍କ ମଧ୍ୟରୁ ୪ ଜଣଙ୍କର ସ୍ୱାବ ଟେଷ୍ଟ ନେଗେଟିଭି ଆସିବା ପରେ ସେମାନଙ୍କୁ ଛାଡି ଦିଆଯାଇଛି । ସେଠାରେ ୩୬ ଜଣ ରହିଛନ୍ତି । ଗୁଆଳିପଡା ଗ୍ରାମ ପଞ୍ଚାୟତର ଚନ୍ଦ୍ରଶ୍ୱର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପରିସରରେ ୫୩ ଜଣଙ୍କ ମଧ୍ୟରୁ ୫୧ ଜଣଙ୍କ ସ୍ୱାବ ଟେଷ୍ଟ ରିର୍ପୋଟ ନେଗେଟିଭି ଆସିବା ପରେ ସେମାନଙ୍କୁ ଘରେ ସଂଗରୋଧ ରେ ରହିବା ପାଇଁ କୁହାଯାଇଛି । ଅନ୍ୟ ୨ ଜଣଙ୍କୁ ପୁରୀ କୋଭିଡ-୧୯ ମେଡିକାଲକୁ ପଠାଯାଇଥିବା ଜଣାପଡିଛି । ବର୍ତ୍ତବାନ ଏଠାରେ କେହି ନାହାନ୍ତି । ଚାଇଁପୁର ସଡାଙ୍ଗୋଇ ହାଇସ୍କୁଲ ପରିସରରେ କରାଯାଇଥିବା ସଂଗରୋଧ ଗୃହରେ ୨୯ ଜଣଙ୍କ ମଧ୍ୟରୁ ୧୫ ଜଣଙ୍କ ସ୍ୱାବ ଟେଷ୍ଟ ପରେ ସେମାନଙ୍କୁ ଛାଡି ଦିଆଯାଇଛି । ସେଠାରେ ୧୪ ଜଣ ରହିଛନ୍ତି । ସେହିପିର ମୁନିନ୍ଦା ଗ୍ରାମ ପଞ୍ଚାୟତର କବି ପ୍ରସନ୍ନ ପାଟ୍ଟଶାଣୀ ଉଚ୍ଚ ବିଦ୍ୟାଳୟ ପରିସରରେ କରାଯାଇଥିବା ସଂଗରୋଧ ଗୃହରେ ୩୫ ଜଣ, ଖେଲଉର ଗ୍ରାମ ପଞ୍ଚାୟତର ନୂଆଗାଁ ବିଦ୍ୟାଳୟ ପରିସରରେ କରାଯାଇଥିବା ସଂଗରୋଧ ଗୃହରେ ୨୮ ଜଣ ଓ ଗଡମୋଟରୀ ଗ୍ରାମ ପଞ୍ଚାୟତର ବିଶ୍ୱନାଥ ଦେବ ନେଡାଲ ହାଇସ୍କୁଲ ମୋଟରୀରେ କରାଯାଇଥିବା କ୍ୱାରେଣ୍ଟାଇନ କେନ୍ଦ୍ରରେ ୪୬ ଜଣ ରହିଥିବା ବେଳେ ବେରବୋଇ ଗ୍ରାମ ପଞ୍ଚାୟତର ସରକାରୀ ହାଇସ୍କୂଲ ପରିସରରେ କରାଯାଇଥିବା କ୍ୱରୋଣ୍ଟାଇନ କେନ୍ଦ୍ରରେ ଆଜି ୩ ଜଣ ପ୍ରବାସୀ ଓଡିଆ ଙ୍କୁ ରଖାଯାଇଥିବା ବ୍ଳକ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ପ୍ରବାସୀ ଓଡିଆଙ୍କ ସଂଖ୍ୟା ଆଗକୁ ଆହୁରି ବଡିବ ବୋଲି ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ ସୂଚନା ପ୍ରଦାନ କରିଛନ୍ତି । ମାତ୍ର ଆମ ବ୍ଳକରେ ପ୍ରବାସୀ ମାନଙ୍କ ପାଇଁ କୌଣସି ଅସୁବିଧା ନାହିଁ ବୋଲି କହିଛନ୍ତି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି