ଡେଲାଙ୍ଗ ବ୍ଳକରେ ୨୯୧ଜଣ ପ୍ରବାସ ଓଡିଆଙ୍କ ମଧ୍ୟରୁ ; ୪୨ ଜଣ ଛାଡ ପାଇଲେ
ଡେଲାଙ୍ଗ ----- ଡେଲାଙ୍ଗ ବ୍ଳକରେ ବିଭିନ୍ନ କ୍ୱାରେଣ୍ଟାଇନ କେନ୍ଦ୍ରରେ ୨୯୧ ଜଣ ଗୁରୁବାର ଅପରହ୍ନ ସୁଦ୍ଧା ଆସିଥିବା ଜଣାପଡିଛି ।ସେମାନଙ୍କ ମଧ୍ୟରୁ ୪୨ ଜଣଙ୍କୁ ନିଜ ଘରେ ଥିବା ସଂଗରୋଧରେ ରହିବା ପାଇଁ ପଠାଯାଇଥିବା ବ୍ଳକ ପ୍ରଶାସନ ପକ୍ଷରୁ ସୁଚନା ଦିଆଯାଇଛି । ଜେନାପୁର ଗ୍ରାମ ପଞ୍ଚାୟତର କ୍ଷେତ୍ରପାଳ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କରାଯାଇଥିବା ସଂଗରୋଧ ଗୃହରେ ୩୪ଜଣଙ୍କ ମଧ୍ୟରୁ ୨୬ ଜଣଙ୍କ ସ୍ୱାବ ପରୀକ୍ଷା ପରେ ନେଗେଟିଭ ଆସିବା ପରେ ସେମାନଙ୍କୁ ନିଜ ଘରକୁ ପଠାଯାଇଛ । ସେହିପରି ଧାନକେରା ଗ୍ରାମ ପଞ୍ଚାୟତର ପକ୍ଷରୁ କରାଯାଇଥିବା କଲ୍ୟାଣପୁର ଜୁନିୟର କଲେଜ ପରିସରରେ କରାଯାଇଥିବା ସଂଗରୋଧ ଗୃହରେ ୪୩ ଜଣଙ୍କ ମଧ୍ୟରୁ ସ୍ୱାମୀ ଓ ସ୍ତ୍ରୀ ଦୁଇଜଣଙ୍କୁ ଡେଲେଭରି ପାଇଁ ପୁରୀ ମେଡିକାଲକୁ ପଠାଯାଇଛି । ଏବେ ସେଠାରେ ୪୧ ଜଣ ସଂଗରୋଧ ଗୃହରେ ରହିଛନ୍ତି । ଘନିପୁରର ରାଧାମୋହନ ଦେବ ବିଦ୍ୟାପୀଠରେ ୪୦ ଜଣଙ୍କ ମଧ୍ୟରୁ ୪ ଜଣଙ୍କର ସ୍ୱାବ ଟେଷ୍ଟ ନେଗେଟିଭି ଆସିବା ପରେ ସେମାନଙ୍କୁ ଛାଡି ଦିଆଯାଇଛି । ଗୁଆଳିପଡା ଗ୍ରାମ ପଞ୍ଚାୟତର ଚନ୍ଦ୍ରଶ୍ୱର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପରିସରରେ ୫୩ ଜଣଙ୍କ ମଧ୍ୟରୁ ୬ ଜଣଙ୍କ ସ୍ୱାବ ଟେଷ୍ଟ ରିର୍ପୋଟ ନେଗେଟିଭି ଆସିବା ପରେ ସେମାନଙ୍କୁ ଛାଡ କରାଯିବା ସହ ଅନ୍ୟ ୨ ଜଣଙ୍କୁ ପୁରୀ କୋଭିଡ-୧୯ ମେଡିକାଲକୁ ପଠାଯାଇଥିବା ଜଣାପଡିଛି । ଚାଇଁପୁର ସଡାଙ୍ଗୋଇ ହାଇସ୍କୁଲ ପରିସରରେ କରାଯାଇଥିବା ସଂଗରୋଧ ଗୃହରେ ୨୯ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ସ୍ୱାବ ଟେ୍ଷ୍ଟ ପରେ ସେମାନଙ୍କୁ ଛାଡି ଦିଆଯାଇଛି । ସେହିପିର ମୁନିନ୍ଦା ଗ୍ରାମ ପଞ୍ଚାୟତର କବି ପ୍ରସନ୍ନ ପାଟ୍ଟଶାଣୀ ଉଚ୍ଚ ବିଦ୍ୟାଳୟ ପରିସରରେ କରାଯାଇଥିବା ସଂଗରୋଧ ଗୃହରେ ୩୫ ଜଣ, ଖେଲଉର ଗ୍ରାମ ପଞ୍ଚାୟତର ନୂଆଗାଁ ବିଦ୍ୟାଳୟ ପରିସରରେ କରାଯାଇଥିବା ସଂଗରୋଧ ଗୃହରେ ୨୮ ଜଣ ଓ ଗଡମୋଟରୀ ଗ୍ରାମ ପଞ୍ଚାୟତର ବିଶ୍ୱନାଥ ଦେବ ନେଡାଲ ହାଇସ୍କୁଲ ମୋଟରୀରେ କରାଯାଇଥିବା କ୍ୱାରେଣ୍ଟାଇନ କେନ୍ଦ୍ରରେ ୨୯ ଜଣ ପ୍ରବାସୀ ଓଡିଆଙ୍କୁ ରଖାଯାଇଥିବା ବ୍ଳକ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ପ୍ରବାସୀ ଓଡିଆଙ୍କ ସଂଖ୍ୟା ଆଗକୁ ଆହୁରି ବଡିବ ବୋଲି ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ ସୂଚନା ପ୍ରଦାନ କରିଛନ୍ତି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି