Breaking News

ନୟାଗଡରେ କରୋନା ଦୃତ ଭାବେ କାୟାବିସ୍ତାର କରୁଛି


ନୟାଗଡ଼-- ନୟାଗଡ଼ ଜିଲ୍ଲା ସବୁଜ ଅଞ୍ଚଳରେ  ଜିଲାର ପ୍ରଥମ କରୋନା ଆକ୍ରାନ୍ତ ଶରଣକୁଳ ନିକଟସ୍ଥ କରଡ଼ା ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିଲେ। ଗତକାଲି ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଥିବାବେଳେ ଆଜି ଆଉ ୧୧ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।ଏମାନେ କୁରାଳ ଏବଂ ସୁନାମୁହିଁ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ଜଣାପଡିଛି। ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୨୧ରେ ପହଞ୍ଚିଛି।
 ଏବେ ସବୁଦିନ ମଧ୍ୟରାତ୍ରରେ କିଛି ଅଣପଞ୍ଜିକୃତ ବ୍ୟକ୍ତି ବିଭିନ୍ନ ଭଡ଼ା ଗାଡ଼ି ସାହାଯ୍ୟରେ ଆସି ଓଡ଼ଗାଁ ପେଟ୍ରୋଲ ପମ୍ପ ନିକଟରେ ଓହ୍ଲାଇ ଘରକୁ ଯାଉଥିବା ସୂଚନା ମିଳିଛି। ଓଡ଼ଗାଁର କିଛି ସଙ୍ଗରୋଧ କେନ୍ଦ୍ରରୁ ଲୋକମାନେ ବାହାରକୁ ଆସି ବୁଲୁଥିବାର ଲୋକମାନେ କହନ୍ତି। କିଛି ବ୍ୟକ୍ତିଙ୍କୁ ଗୃହସଙ୍ଗରୋଧରେ ରଖା ଯାଇଥିବାବେଳେ ସମସ୍ତ ବ୍ୟକ୍ତି ଘରେ ନଥିବା ଏବେ ସରକାରୀ ବାବୁମାନଙ୍କ କାର୍ଯ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
 ନୟାଗଡ଼ ରୁ ସୁଦୀପ୍ତ କୁମାର ଦଳେଇ

Blog Archive

Popular Posts