Breaking News

ମଶାଣି ଏବେ ନିଜେ ପାଲଟିଛି ମଶାଣିରେ

ଡେଲାଙ୍ଗ --- ଡେଲାଙ୍ଗ ବ୍ଳକରେ ଏପରି କାମ କରାଯାଉଛି ଯେ ବର୍ଷେ କିମ୍ବା ଦୁଇ ବର୍ଷ ପରେ ତାହା ଭାଙ୍ଗି ମିାଟିରେ ମିଶି ଯାଉଛି । ନଚେତ ସେଠାକୁ କେହି ଯିବାକୁ ସାହାସ କରୁ ନାହାନ୍ତି । କାରଣ କେଉଁ ସମୟରେ ତାହା ଭାଙ୍ଗିବ ତାହା କେହି କହି ପାରିବେ ନାହିଁ । ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକର ଧାନକେରା ଗ୍ରାମ ପଞ୍ଚାୟତର ମଝିପଡା ପୋତା ପୋଖରୀ ନିକଟରେ ୨୦୧୮ ମସିହାରେ  ୩ ଲକ୍ଷ ଟଙ୍କା ବ୍ୟୟରେ ଏକ ମଶାଣି ନିର୍ମାଣ କରାଯାଇଥିଲା ।  ଏବେ ମଶାଣିଟି ଭାଙ୍ଗି ରୁଜି ଯାଇଛି । କେତେବେଳେ ତାହା ଭାଙ୍ଗି ପଡିବ ତାହା କହି ହେବନାହିଁ ବୋଲି ଗ୍ରାମବାସୀ ମାନେ କହନ୍ତି । ଏହି ଭୟରେ ଲୋକମାନେ ପାଖ ହୁଡାରେ ମୃତ୍ୟୁ ବରଣ କରୁଥିବା ଲୋକମାନଙ୍କୁ ପୋଡୁଥିବା ଜଣାପଡିଛି । ସେହିପରି ମଶାଣି ପାଖରେ ଏକ ରେଷ୍ଟସେଡ ନିର୍ମାଣ ହେବା କଥା ତାହା କରାଯାଇ ନାହିଁ । ମଶାଣିଟି ଏବେ ଫାଟିକି ଆଁ କରିବାସହ କିଛି ଅଂଶ ଦବି ଯାଇଛି । ଏ ସମ୍ପର୍କରେ ଗ୍ରାମବାସୀ ମାନେ ବିଡିଓଙ୍କ ପାଖରେ ଅଭିଯୋଗ କରିଥିଲେ । ମାତ୍ର ମୋ ସମୟରେ ହୋଇନାହିଁ ମୁଁ କିଛି କରି ପାରିବି ନାହିଁ ବୋଲି ବିଡିଓ କହିଥିବା ଗ୍ରାମବାସୀ ମାନେ କହନ୍ତି । ଅନ୍ୟପକ୍ଷେ ଧାନକେରା ପଞ୍ଚାୟତରେ କଲ୍ୟାଣ ମଣ୍ଡପ ନିର୍ମାଣ କରାଯାଉଛି ତାହା ଅତି ନିମ୍ନ ମାନର ବୋଲି ଲୋକମାନେ ଅଭିଯୋଗ କରୁଛନ୍ତି । ତାହା କାମ ସରିବା ପରେ ଏହି ମଶାଣି ଅବସ୍ଥା ହେବ ବୋଲି ସ୍ଥାନୀୟ ଲୋକମାନେ ଆଲେଚନା କରୁଥିବା ଜଣାପଡିଛି ।
  ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts