ମଦ ଦୋକାନ ନ ଖୋଲିବା ପାଇଁ ସ୍ମାରକ ପତ୍ର
ଡେଲାଙ୍ଗ ------- ରାଜ୍ୟରେ କରୋନା ଯୋଗୁ ରାଜ୍ୟ ସରକାର ସମସ୍ତ ସରକାରୀ ମଦ ଦେକାନ ଗୁଡିକ ବନ୍ଦ କରିବା ସହ ଲକ ଡାଉନ ଜାରି କରିଥିଲେ । ଏବେ ସରକାର ମଦ ଦୋକାନ ଗୁଡିକ ଖୋଲିବା ପାଇଁ ଅନୁମତି ଦେଇଛନ୍ତି । ସରକାର ଏକ ପ୍ରକାର ତାଲାବନ୍ଦ ଡାକରା ଦେଇଥିବା ବେଳେ ମଦ ଦେକାନ ଗୁଡଇକ ଖୋଲିଲେ ସାଧାରଣ ଲୋକଙ୍କ ଅର୍ଥନୀତି ଭୁଷୁଡି ପଡିବ, ଘରୋଇ ହିିଂସା, ଚୋରୀ , ଡକାୟତି, ରାସ୍ତା ଦୁର୍ଘଟଣା ସହିତ ଅପରାଧ ସଂଖ୍ୟା ପ୍ରତି ଥାନାରେ ବଡି ଯିବ । ଲକ ଡାଉନ ସମୟରେ ସରାକର ମଦ ଦେକାନ ବନ୍ଦ କରିଥିଲେ । ସେ ସମୟରେ ଜନସାଧାରଣଙ୍କର କୌଣସି ଅସୁବିଧା ହୋଇନାହିଁ ବୋଲି ପରିଚାଳିକା କସ୍ତୁରବା ସେବା କେନ୍ଦ୍ର ବେରବୋଇର କବିତା ରାଣୀ ପରିଡା କହନ୍ତି । ଏଣୁ ମଦ ଦେକାନ ଖୋଲିବା ପାଇଁ ନିଆଯାଇଥିବା ନିସ୍ପତି ପ୍ରତ୍ୟାହାର କରିବା ପାଇଁ ସେ ଦାବି କରିଛନ୍ତି । ଏକ ସ୍ମାରକ ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପୁରୀ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଥିବା ଜଣାପଡିଛି । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି