ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତକୁ ଆସିଥିବା ଯୁବକଙ୍କୁ ଗ୍ରାମକୁ ପ୍ରବେଶକୁ ବିରୋଧ
ସାକ୍ଷୀଗୋପାଳ ----- ରାଜ୍ୟରେ କରୋନା ଯୋଗୁ ଲକ ଡାଉନ ଜାରି କରାଯାଇଛି । ବିଭିନ୍ନ ରାଜ୍ୟରେ ଓଡିଆ ମାନେ ଫସି ରହିଛନ୍ତି । ରାଜ୍ୟ ସରକାର ଏମାନଙ୍କୁ ନିଜ ଘରକୁ ଆଣିବା ପାଇଁ ଆରମ୍ଭ ହୋଇଛି ଉଦ୍ଦ୍ୟମ । ଅନ୍ୟ ପକ୍ଷେ ଆଜି ସକାଳେ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ଦୁଇ ଜଣ ଯୁବକ ଚାଲି ଚାଲି କେନ୍ଦୁଝର ଜିଲ୍ଲାର ନରଣପୁର ଠାରୁ ଚାଲି ଚାଲି ଗ୍ରାମକୁ ପଳାଇ ଆସିଥିଲେ । ଯୁବକ ମାନେ ଗ୍ରାମରେ ପହଞ୍ଚିବା ପରେ ଗ୍ରାମବାସୀ ମାନେ ସେମାନଙ୍କୁ ଘରକୁ ନ ଯିବା ପାଇଁ ବାରଣ କରିଥିଲେ । ଏହାକୁ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା । ଖବର ପାଇ ସତ୍ୟବାଦୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡ. ପ୍ରୀତମ ବାଗ ଏକ ଟିମ ନେଇ ସେଠାରେ ପହଞ୍ଚି ଥିଲେ । ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ସମିତିସଭ୍ୟ ପ୍ରଶାନ୍ତ ମହାପାତ୍ର ସେଠାରେ ପହଞ୍ଚି ଗ୍ରାମ ବାସୀଙ୍କ ସହ ଆଲେଚନା କରିଥିଲେ । ଗ୍ରାମରେ ଥିବା କ୍ଳବ ଘରେ ଯୁବକ ମାନେ ରହିବା ପାଇଁ ଶେଷରେ ନିସ୍ପତି କରାଯାଇଥିବା ଷ୍ରୀ ମହାପାତ୍ର ଜଣାଇଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି