ଚାଁଇପୁର ଗ୍ରାମ ପଞ୍ଚାୟତ ର ସଡାଙ୍ଗୋଇ ହାଇସ୍କୁଲ କରୋନା ସଂଗରୋଧ ସେଣ୍ଟରରୁ ୧୩ ଜଣ ପ୍ରବାସୀ ହୋମ୍ର୍ କ୍ବାରେଣ୍ଟାଇନକୁ ଗଲେ
ଡେଲାଙ୍ଗ-- ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଚାଁଇପୁର ଗ୍ରାମ ପଞ୍ଚାୟତ ର ସଡାଙ୍ଗୋଇ ହାଇସ୍କୁଲ କରୋନା ସଂଗରୋଧ ସେଣ୍ଟରରୁ ୧୩ ଜଣ ଆଜି ନିଜ ଘରକୁ ଯାଇଥିବା ଜଣାପଡିଛି । ଏହି ୧୩ଜଣଙ୍କ କୋଭିଡ୍-୧୯ ପରୀକ୍ଷଣ ପରେ ରିପୋର୍ଟ ନେଗେଟିଭ୍ ଆସିଥିଲା । ତେର ଜଣ ପ୍ରବାସୀ ଙ୍କୁ ସାର୍ଟିଫିକେଟ ଦେଇ ସାତ ଦିନ ପାଇଁ ହୋମ୍ର୍ କ୍ବାରେଣ୍ଟାଇନ୍ ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେମାନଙ୍କୁ ସରପଞ୍ଚ ପ୍ରଦ୍ଯୁମ୍ନ ପରିଡା ଙ୍କ ଉଦ୍ୟମ ରେ ଚାଇଁପୁର ଗ୍ରାମ ପଞ୍ଚାୟତ ତରଫରୁ ଫୁଲତୋଡା ଦେଇ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ଡେଲାଙ୍ଗ ତହସିଲଦାର ରାଜେନ୍ଦ୍ର ଆଚାରିଆ,ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରସନ୍ନ ସାହୁ,ବିଡିଓ କ୍ଷୀରୋଦ ପ୍ରଧାନ, ଉପାଧ୍ୟକ୍ଷ ପ୍ରତିନିଧି କବିନ୍ଦ୍ର ବଳବନ୍ତରାୟ, ହରିରାଜପୁର ମେଡିକାଲ ଡାକ୍ତର ତପନ ଦାଶ୍, ଡେଲାଙ୍ଗ ମେଡିକାଲ୍ ଅଧିକାରୀ ସନ୍ତୋଷ ତ୍ରିପାଠୀ, ମହିଳା ସ୍ବାସ୍ଥ୍ୟ ପରିଦର୍ଶିକା ବିନୋଦିନୀ ଦାସ,ଏ.ଏନ୍.ଏମ୍ ଲକ୍ଷ୍ମୀ ଭୋଇ, ମୁଖ୍ୟ ସହାୟୀକା ସୌଭାଗିନୀ ଗିରି , ପ୍ରମୁଖଙ୍କୁ କରୋନା ଯୋଦ୍ଧା ମାନ୍ୟତା ଦିଆଯାଇ ଉତ୍ତରୀୟ ସହିତ ସମ୍ବର୍ଦ୍ଧନା ଦିଆଯାଇଛି । ଭି ଆର୍. ପି ଭାରତୀ ଚମ୍ପତ୍ତି, ସ୍ବାବଲମ୍ବୀ କାରିଗର କୃଷ୍ଣଚନ୍ଦ୍ର ପରିଡା, ବେଣୁଧର ବାରିକ, ହରିରାଜପୁର ଫାଣ୍ଡି ଷ୍ଟାଫ୍ ମନୋହର ମହମ୍ମଦ, ଟି ଏମ୍ ସି ସଭ୍ୟ ତଥାକର୍ମୀ ପ୍ରମିଳା ପରିଡା, ପ୍ରତିମା ପରିଡା, ସଚ୍ଚଳା ଦେଇ, ସରସ୍ବତୀ ସାହୁ, ପ୍ରଭାସିନୀ ବଳିଆରସିଂ ଓ ଶିକ୍ଷକ ପ୍ରଭାସ ମେକପ୍, ରବିନ୍ଦ୍ର ସ୍ବାଇଁ, ପିଇ ଯଦୁମଣି ଦାସ, ନୋଡାଲ୍ ଅଫିସର ମାନସ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ସରପଞ୍ଚ ଙ୍କ ସହିତ ସ୍ବେଛାସେବୀ ଦଳ ସନ୍ତୋଷ ପଟ୍ଟନାୟକ, ବିଶ୍ବ ରଂଜନ ପରିଡା, ରଂଜିତ୍ ପରିଡା, ମୃଗୁଣୀ ନାୟକ, କୃଷ୍ଣଚନ୍ଦ୍ର ସ୍ବାଇଁ ,ରଘୁନାଥ ରାଉତ,ରବିନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଟି ଏମ ସି ପରିଚାଳନା ରେ ଗୁରୁଦାୟୀତ୍ବ ନେଇଥିବାରୁ ତାଙ୍କୁ ଧନ୍ୟବାଦ ଦିଆଯାଇଥିଲା । ଟି ଏମ୍ ସି ର ସୁପରିଚାଳନା ଏବଂ ଅନ୍ତେବାସୀ ମାନଙ୍କ ସଙ୍ଗାତ ବନିଥିବା ଚାଁଇପୁର ସରପଞ୍ଚ ପ୍ରଦ୍ଯୁମ୍ନ ପରିଡା ଙ୍କୁ ସମସ୍ତ ଉଚ୍ଚ ପଦସ୍ଥ ଅଧିକାରୀମାନେ ଭୂୟସୀ ପ୍ରଶଂସା କରିବା ସହିତ ତାଙ୍କ ପିତାମାତା ଙ୍କୁ ମଧ୍ୟ ଧନ୍ୟବାଦ ଦେଇ ତାଙ୍କୁ ବ୍ଲକ ଅଧ୍ୟକ୍ଷ ଉଛ୍ବସିତ ସମ୍ବର୍ଦ୍ଧନା ଦେଇଥିଲେ । ସୁଚନା ଯୋଗ୍ୟ ଯେ ଏହା ଆଗରୁ ଅଭୟମୁଖୀ ପଞ୍ଚାୟତ ର ଦୁଇଜଣ ମଧ୍ୟ ନେଗେଟିଭ୍ ରିପୋର୍ଟ ଯୋଗୁଁ ଗତ ସୋମବାର ଦିନ ସାର୍ଟିଫିକେଟ ନେଇ ଏଠାରୁ ଯାଇଥିଲେ। ଏବେ ସମସ୍ତ ୧୩ ଅନ୍ତେବାସୀ ଧାନକେରା ପଞ୍ଚାୟତ ର ଅଟନ୍ତି । ଏହାପରେ ଏହି ସେଣ୍ଟର ରେ ଆଉ ଚଉଦଜଣ ଅଛନ୍ତି ।କରୋନା ଯୁଦ୍ଧ ଚାଲିଥିବା ଯାଏଁ ଏହି ସେଣ୍ଟର ପ୍ରବାସୀ ଓଡିଆଙ୍କ ସେବା ଯୋଗାଇବା ସହିତ ସରକାର ଙ୍କୁ ସହଯୋଗ କରିବ ବୋଲି ସରପଞ୍ଚ ଶ୍ରୀ ପରିଡା ସଂକଳ୍ପ ନେଇଛନ୍ତି । ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି