ସତ୍ୟବାଦୀ ବ୍ଳକ ପ୍ରଶାସନ ସାବିତ୍ରୀ ସତ୍ୟବାନଙ୍କ ଯୋଗୁ ଲକ ଡାଉନ କୋହଳ କଲେ
ସାକ୍ଷୀଗୋପାଳ ------- ରାଜ୍ୟରେ କରୋନା ସଂଘ୍ୟା ବଡିବାରେ ଲାଗିଛି । ଏପରିକି ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଳକ ଅଞ୍ଚଳରେ କରୋନା ରୋଗୀ ଚିହ୍ନଟ ହେବା ପରେ ମଧ୍ୟ ଲୋକମାନଙ୍କର ଚେତା ପଶୁନାହିଁ ବୋଲି ଜଣାପଡିଛି । ରାତି ପାହିଲେ ସାବିତ୍ରୀ ପୂଜା ହେଉଥିବାରୁ ବିଶେଷ କରି ଫଳ ଦେକାନ ସହିତ ଲୁଗା ପଟା ଦେକାନ ମାନଙ୍କରେ ନାହିଁ ନ ଥିବା ଭିଡ ପରିଲକ୍ଷିତ ହୋଇଛି । ଏପରିକି ଗୁରୁବାର ଅପରାହ୍ନରେ ସାକ୍ଷୀଗୋପାଳ ବସଷ୍ଟାଣ୍ଡ ଠାରୁ ବଡ ବଜାର ପର୍ଯ୍ୟନ୍ତ ଲୋକଙ୍କର ଗହଳି ଲାଗି ରହିଛି । କେହି ସାମାଜିକ ଦୂରତା ମାନିବା ପାଇଁ ଯେପରି ପ୍ରସ୍ତୁତ ନୁହଁନ୍ତି । ଅନ୍ୟ ପକ୍ଷେ ରାଜ୍ୟ ସରକାର ରାତି୭ ଟା ପରେ ସମସ୍ତ ଦେକାନ ବଜାର ବନ୍ଦ କରିବା ପାଇଁ ନିର୍ଦ୍ଦେଶ ରହିଥିଲେ ମଧ୍ୟ ସାକ୍ଷୀଗୋପାଳ ବଜାରରେ ରାତି ୯ ଠା ପର୍ଯ୍ୟନ୍ତ ବିଶେଷ କରି ଲୁଗା, ରେଡିମେଡି, ଫଳ, ଗୋସରୀ ସମସ୍ତ ଦେକାନ ବଜାର ଖୋଲା ରହିଥିବାର ଦେଖାଯାଇଥିଲା । ତୁରନ୍ତ ପୁରୀ ଜିଲ୍ଲାପାଳ ଏ ଦିଗପ୍ରତି ନଜର ଦେବାକୁ ଜନସାଧାରଣରେ ଦାବି ହେଉଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି