Breaking News

ଲକ ଡଉନ ସମୟରେ ଅଘୋଷିତ ବିଦ୍ୟୁତ କାଟ


 ଜଗତସିଂହପୁର---ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ଓ ଏରସମା ବ୍ଳକର ବିଭିନ୍ନ ଗ୍ରାମ ପଞ୍ଚାୟତରେ ଲକ ଡାଉନ ସମୟରେ ଅଘୋଷିତ ବିଦ୍ୟୁତ କାଟକୁ ନେଇ ଜନଅସନ୍ତୋଷ ପ୍ରକାଶ ପାଇଛି । ଆକାଶରେ କଳା ବାଦଳ ଓ ଗଛରେ ପତ୍ର ହଳିଲେ ବିଦ୍ୟୁତ କାଟ କରିଦେଇ କର୍ମଚାରୀ ମାନେ ବୁଲୁଛନ୍ତି ବୋଲି ଗ୍ରାମବାସୀ ମାନେ କହନ୍ତି । ଥରେ ବିଦ୍ୟୁତ କାଟ ହେଲେ ୪ରୁ ୫ ଘଣ୍ଟାପର୍ଯ୍ୟନ୍ତ ବିଦ୍ୟୁତ ଆସେ ନାହିଁ । ସେହିପରି ଏରସମା ବ୍ଳକର ଅବସ୍ଥା ପ୍ରାୟ ସମାନ । ଲକ ଡାଉନ ସମୟରେ ଘରେ ପ୍ରାୟ ସମସ୍ତେ ରହିଛନ୍ତି, ଅନ୍ୟ ପକ୍ଷେ ଅସହ୍ୟ ଗରମ ଲାଗି ରହିଛି । ବିଦ୍ୟୁତ କାଟ ଯୋଗୁ ଜନସାଧାରଣ ଅତିଷ୍ଟ ହୋଇ ପଡିଛନ୍ତି । ଏହି ବିଦ୍ୟୁତ କାଟକୁ ନେଇ ଏକ ବଡ ଧରଣର ଆନ୍ଦୋଳନ ହେବା ପାଇଁ ଯାଉଥିବା ବିଶେଷ ସୁତ୍ରରୁ ଜଣାପଡିଛି ।
ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର 

Blog Archive

Popular Posts