୫୯ ଜଣ ସୁରାଟ ଫେରନ୍ତା ଧରାକୋଟରେ
ଧରାକୋଟ--- ସୁରାଟରୁ ଗୋଟିଏ ବସ ଯୋଗେ ୫୯ଜଣ ଆସି ଧରକୋଟରେ ପହଞ୍ଚିବା ଜଣାପଡିଛି । ୫୫ଜଣ ପୁରୁଷ ଥିବା ବେଳେ ୨ ଜଣ ମହିଳା ଓ ୨ ଜଣ ଶିଶୁ ରହିଥିବା ଜଣାପଡିଛି । ଏମାନେ ଧରାକୋଟ ମୁଣ୍ଡସ୍ତରାଇ ଅନନ୍ତ ନାରାୟଣ ବିଦ୍ୟାପୀଠରେ କରାଯାଇଥିବା କ୍ୱାରେଣ୍ଟାଇନ ଗୃହରେ ରଖାଯାଇଛି । ସମସ୍ତ ଯାତ୍ରୀ ମାନଙ୍କୁ ସ୍କାନିଂ କରାଯିବା ପରେ ଦୁଇ ଜଣଙ୍କୁ ଆଇସୋଲେସନ ରଖାଯାଇଛି । ସରକାରଙ୍କ ଗାଇଡ ଲାଇନ ଅନୁସାରେ କଡା ସୁରକ୍ଷା ବଳୟ ମଧ୍ୟରେ ଆସିଥିଲା । ଗୋଟିଏ ବସରେ ଆସିଥିବାରୁ ସାମାଜିକ ଦୂରତା ରକ୍ଷା ହୋଇ ପାରିନାହିଁ ବୋଲି ଜଣାପଡିଛି । ମୁଣ୍ଡସ୍ତରାଇ କ୍ୱରୋଣ୍ଟାଇନ ଗୃହର ନୋଡାଲ ଅଧିକାରୀ ଭାବେ ପ୍ରଦୀପ କୁମାର ପ୍ରଧାନ ରହିଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ନାୟକ ସେଣ୍ଟର ଉନଚାର୍ଯ୍ୟ ଭାବେ ରହିଛନ୍ତି । ଧରାକୋଟରୁ କାଳୁ ଚରଣ ମହାପାତ୍ର