Breaking News

କୋଭିଡ୍‌-୧୯ ମହାଯୁଦ୍ଧର ସିପାହୀ ଅଭିମନ୍ୟୁ

କୃଷ୍ଣପ୍ରସାଦ ----- ସାରା ବିଶ୍ୱରେ ଆତଙ୍କ ରଚିଥିବା ମହାମାରୀ କରୋନା କୋଭିଡ-୧୯ ଭାଇରସକୁ ନେଇ ବିଶ୍ୱବାସୀ ଆଜି ଆତଙ୍କିତ ହୋଇପଡିଛନ୍ତି । ପୃଥିବୀରେ ମହାମାରୀ କୋଭିଡ-୧୯ ରୋଗରେ ଶହ ଶହ ଲୋକ ପ୍ରାଣ ହରାଇବାରେ ଲାଗିଛନ୍ତି । ତେଣୁ ମହାମାରୀ କୋଭିଡ-୧୯ ଭାଇରସରେ ରୋକ ଲଗାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଉଭୟ ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆମକୁ ସୁରକ୍ଷା ଯୋଗାଇ ଦେଇଛନ୍ତିା ପ୍ରଶାସନିକ ଅଧିକାରୀ,ଡାକ୍ତର,ପୋଲିସ,ସ୍ୱାସ୍ଥ୍ୟକର୍ମୀ ଏବଂ ଗଣମାଧ୍ୟମ । ଏହି ମହାଯୁଦ୍ଧରେ ସିପାହୀ ପାଲଟିଥିବା ପୁରୀ ଜିଲ୍ଲା ଅର୍ନ୍ତଗତ କୃଷ୍ଣପ୍ରସାଦ ଥାନା ଭାରପ୍ରାପ୍ତ ଆରକ୍ଷୀ ନିରୀକ୍ଷକ ଅଭିମନ୍ୟୁ ନାୟକା । ତାଙ୍କ ସହିତ ଅଧିକ ଆଲୋଚନା କରିଥିଲେ ଆମ ପ୍ରତିନିଧି  ଦୁର୍ଗା ଚରଣ ସ୍ୱାଇଁ । କେନ୍ଦ୍ର ଓ ରାଜ୍ୟ ସରକାର ଦେଶକୁ ଲକ ଡାଉନ ଘୋଷଣା କରିବା ପରେ ଆମେ କୃଷ୍ଣପ୍ରସାଦ ଥାନା ଅଧିନରେ ଥିବା ସମସ୍ତ ଗାଁ ଗାଁରେ ପ୍ରଚାର ଗାଡି ବୁଲାଇ ଲୋକମାନଙ୍କୁ ସଚେତନତା କରାଯାଇଥିଲା । ପୁରୀ ଗଜାଂମ ଜିଲ୍ଲା ସୀମା ଥାନା ଅଧିନସ୍ଥ ନନ୍ଦଳା ତନଖି ଫାଟକ ଠାରେ ପୋଲିସ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଶିବିର କରାଯାଇ କଡା ନଜର ରଖାଯାଇଛି । ଥାନାର ସମସ୍ତ କର୍ମଚାରୀ ସଚେତନତା ରହିବା ସହିତ ଯିଏ ଯେଉଁଠି ଏବଂ ଯେମିତି ପାରିଲା ସଚେତନତାର ବାର୍ତା ଲୋକଙ୍କ ପାଖରେ ପହଁଚାଇ ବା ପାଇଁ ଆପ୍ରଣା ଚେଷ୍ଟା ଜାରି ରହିଛି । ଲୋକମାନେ ଏହି ଭଳି ସଚେତନତାକୁ ମଧ୍ୟ ଗ୍ରହଣ କରୁଛନ୍ତି ଏବଂ କୃଷ୍ଣପ୍ରସାଦ ଥାନାର ସମସ୍ତ କର୍ମଚାରୀମାନଙ୍କୁ ସାବାସି ଜଣାଇଛନ୍ତି । ଯେହେତୁ କୃଷ୍ଣପ୍ରସାଦ ବଜାର ଅଞ୍ଚଳର ଏକ ବାଣିଜ୍ୟ କାରବାରର ପେଣ୍ଠସ୍ଥଳୀ । ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ପରିବା ଓ ଅତ୍ୟାବଶୀକ ସାମଗ୍ରୀ ଦୋକାନ ଖୋଲିବା ପାଇଁ ସକାଳ ୭ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଛୁ । ଏବଂ ପ୍ରତ୍ୟକ ଦୋକାନୀ ମାନେ ନିଜ ନିଜ ଦୋକାନ ଆଗରେ ୧ମିଟର ବ୍ୟବଧାନରେ ଗୋଲେଇ ବୁଲେଇ ସାମାଜିକ ଦୂରତାକୁ ପ୍ରାଧ୍ୟାନ୍ୟ ଦେବା ସହିତ ମୁହଁରେ ମାସ୍କ ପିନ୍ଧି ଆସୁଥିବା ଲୋକ ମାନଙ୍କୁ ଜିନିଷ ପତ୍ର ବିକ୍ରୟ କରୁଛନ୍ତି । ଯେଉଁ ବ୍ୟକ୍ତି ମାନେ ବିନା ମାସ୍କରେ ଜିନିଷ ପତ୍ର କିଣିବାକୁ ବଜାରକୁ ଆସୁଛନ୍ତି ସେମାନଙ୍କୁ  କୃଷ୍ଣପ୍ରସାଦ ବଜାରର ବ୍ୟବସାୟୀ  ସଂଘର ନିସ୍ପତି କ୍ରମେ ବ୍ୟବସାୟୀ ଭାଇମାନେ ଜିନିଷ ପତ୍ର ଦେବାକୁ ମନା କରିଦେଉଛନ୍ତି । ଯାହା କି ସଚେତନତା କରିବା ପାଇଁ ବ୍ୟବସାୟୀ ଭାଇ ମାନେ ମଧ୍ୟ ଆଗେଇ ଆସିଛନ୍ତି ବୋଲି ଶ୍ରୀ ନାୟକ ସୁଚନା ଦେଇଛନ୍ତି । ଥାନା ପକ୍ଷରୁ ସ୍ୱତନ୍ତ୍ର ଏକ ଟିମ ବଜାର ବିଭିନ୍ନ ଗ୍ରାମ ବୁଲୁଛନ୍ତି ।  ବିଶେଷ କରି ରାଜ୍ୟ ସରକାରଙ୍କ କରୋନା ପାଇଁ ଜାରି କରାଯାଇଥିବା ଗାଇଡି ଲାଇନକୁ ମାନିବାକୁ ଲୋକ ମାନଙ୍କୁ କୁହାଯାଉଛି ବୋଲି କହନ୍ତି ।
କୃଷ୍ଣପ୍ରସାଦରୁ ଦୁର୍ଗା ଚରଣ ସ୍ୱାଇଁ

Blog Archive

Popular Posts