Breaking News

ପେଣ୍ଠପଡା ପଞ୍ଚାୟତ ତରଫରୁ ଗ୍ରାମ୍ୟ ରାସ୍ତା ସଫେଇ


ସାକ୍ଷୀଗୋପାଳ------ ସତ୍ୟବାଦୀ ବ୍ଳକ ବିଡିଓ ସରୋଜ କୁମାର ଦତ୍ତଙ୍କ ନିର୍ଦ୍ଦେଶକ୍ରମେ ପେଣ୍ଠପଡା ଗ୍ରାମ ପଞ୍ଚାୟତର ସରପଞ୍ଚବାସନ୍ତୀ ବେହେରା ସଫେଇ କର୍ମଚାରୀଙ୍କୁ ସାଙ୍ଗରେ ଧରି ଆଜକୁ ପ୍ରାୟ ୧୦ ଦିନ ହେବ ଗଳି କନ୍ଦି ସଫେଇ କରୁଛନ୍ତି । ରାଜ୍ୟରେ କରୋନା ଯୋଗୁ ସମସ୍ତେ ଚିନ୍ତିତ ରହିଥିବା ବେଳେ କିପରି ନିଜ ନିଜ ପଞ୍ଚାୟତରେ କରୋନା ଭୂତାଣୁ ନ ପଶିବ ସେ ଦିଗ ପ୍ରତି ନଜର ଦେଇଛନ୍ତି । ଗ୍ରାମ ଦାଣ୍ଡରେ ବା ଛକ ମାନଙ୍କର ଗଦିଆ ହୋଇଥିବା କୁଡ କୁଡ ଅଳିଆ ଅବର୍ଜନା ସଫେଇ କରାଯାଉଛି । ଆଜି ଉଁଆସଡିହ,ସେସୁ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖ ଓ ଜଳ ସେଚନ ବିଭାଗର ଡାକବଙ୍ଗଳା ପଛପଟ ନୂଆସାହି ସଫେଇ କରାଯାଉଛି । ଏହା ପରେ ଡୁବୁଡୁବା, ହରିଶରଣପୁର, ବଡ କାଞ୍ଜିଆ, ଅହମଦପୁର, ଓ କେନାଳ ଉପର ଦଳିତବସ୍ତି ସଫେଇ କରାଯିବ ବୋଲି ସରପଞ୍ଚଙ୍କ ପ୍ରତିନିଧି ନିରୁ ବେହେରାଙ୍କ ଠାରୁ ପ୍ରକାଶ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts