ବେଗୁନିଆ ରେ ସାମାଜିକ ଦୂରତା ରକ୍ଷା ହୋଇ ପାରୁ ନାହିଁ
ବେଗୁନିଆ, ------ ସରକାର କରୋନା ମହାମାରୀ ରୋଗର ସଂକ୍ରମଣରୁ ରକ୍ଷା ପାଇବା ପାଇଁ ମାର୍ଚ୍ଚ ମାସ ୨୪ ତାରିଖରୁ ମେ ମାସ ଶେଷ ପର୍ଯ୍ୟନ୍ତ ଚାରୋଟି ପର୍ଯ୍ୟାୟରେ ସାରା ଦେଶରେ ଓ ରାଜ୍ୟରେ ଲକଡାଉନ ଘୋଷଣା କରିଛନ୍ତି ।ବେଗୁନିଆ ବ୍ଲକରେ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଯତକିଞ୍ଚିତ ନୀତି ନିୟମକୁ ମାନିଥିବା ବେଳେ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟରେ ସ୍ଥାନୀୟ ପ୍ରଶାସନ ଠାରୁ ଆରମ୍ଭ କରି ସାଧାରଣ ଜନତା କେହି କୋଭିଡ-୧୯ର ନିତୀ ନିୟମକୁ ମାନୁ ନଥିବାର ଦେଖିବାକୁ ମିଳୁଛି ।ବର୍ତ୍ତମାନ ବେଗୁନିଆ ବ୍ଲକରେ ହଜ, କୁଞ୍ଜୁରୀ ଓ ଡିଙ୍ଗର ପଞ୍ଚାୟତରେ ୩ ଜଣ କରୋନାପଜିଟିଭ ବାହାରିଥିବା ବେଳେ ଲୋକମାନେ ସେଥିପ୍ରତି ଖାତିର କରୁ ନ ଥିବାର ଦେଖିବାକୁ ମିଳୁଛି ।ବାହାର ଫେରନ୍ତା ପ୍ରବାସୀଙ୍କ ଯୋଗୁଁ ବେଗୁନିଆରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଲୋକମାନେ ଯଦି ସାବଧାନ ଓ ସଚେତନ ନ ହୁଅନ୍ତି ତେବେ ଆଗାମୀ ଦିନରେ ପରିସ୍ଥିତି ଭୟାବହ ହେବ ବୋଲି ଆଶା କରାଯାଉଛି । ଆକଟ କଲେ ସେମାନେ ଅମାନିଆ ହୋଇ ଓଲଟି ଜବାବ ଦେବା ସହ ଖାଇବାକୁ ନେଇ କଳି ଓ ଝଗଡା ହେଉଥିବାର ଅଭିଯୋଗ ମିଳୁଛି ।ଶତକଡ଼ା ୭୫ ଭାଗ ଲୋକ ମୁହଁରେ ମାସ୍କ ନଲଗାଇ ସର୍ବସାଧାରଣରେ ବୁଲୁଥିବାର ଦେଖିବାକୁ ମିଳୁଛି । ପଥର ମାଫିଆ ମାନେ ରାତ୍ରି ଉଜାଗର ରହି ପଥର ଚାଲାଣରେ ଲିପ୍ତ ରହୁଛନ୍ତି ।ବେଗୁନିଆରେ ଖୋଲା ଖୋଲି ଭାବରେ ପାନ, ସିଗାରେଟ ଓ ଦେଶୀ ଓ ବିଦେଶୀ ମଦବେପାର ଚାଲିଛି । ବର୍ତ୍ତମାନ ଏ ସମୟରେ ଲକ୍ ଡାଉନ୍ ନିୟମ କୁ ବ୍ଲକ ପ୍ରଶାସନ ନଜର ନ ଦେଇ ଚୁପ୍ ହୋଇ ବସି ରହିଛନ୍ତି ବୋଲି ଲୋକମାନେ କହନ୍ତି । ତୁରନ୍ତ ଏ ଦିଗ ପ୍ରତି ଜିଲ୍ଲାପାଳ ନଜର ଦେବାକୁ ଜନସାଧାରଣଙ୍କ ପକ୍ଷରୁ ଦାବି ହେଉଛି ।
ବେଗୁନିଆ ରୁ ଯୋଗେଶ୍ୱର ପଣ୍ଡା
ବେଗୁନିଆ ରେ ସାମାଜିକ ଦୂରତା ରକ୍ଷା ହୋଇ ପାରୁ ନାହିଁ
Reviewed by sakhigopal news
on
07:49
Rating: 5