ପଥର ମାଫିଆଙ୍କ ପାଇଁ ଲକଡାଉନ ଆଣିଛି ସୁବର୍ଣ୍ଣ ସୁଯୋଗ
ବେଗୁନିଆ ------ ବେଗୁନିଆ ବ୍ଲକ ଅଞ୍ଚଳରେ ଗୋଟିଏ ବି ସରକାରୀ ମାଙ୍କଡ଼ା ପଥର ଖଣି ନଥିବା ବେଳେ ହଜାର ହଜାର ବେଆଇନ ଖଣି ମାଙ୍କଡା ପଥର ଖଣି ଛତୁ ଫୁଟିବା ପରି ବିଭିନ୍ନ ପଞ୍ଚାୟତରେ ଚାଲିଛି ।ସ୍ଥାନୀୟ ପ୍ରଶାସନ ସହ ସଲାସୁତୁରା କରି ଏହି ଖଣି ଗୁଡ଼ିକ ଚାଲୁଥିବାର ଲୋକମାନେ କହନ୍ତି । ପଥର ମାଫିଆ ମାନେ ବେଆଇନ ଖଣିରୁ ପ୍ରବଳ ଅର୍ଥ ରୋଜଗାର କରି ରାଜନେତାଙ୍କ ଚାମଚା ହୋଇ ବୁଲୁଛନ୍ତି ।ଫଳରେ ତହସିଲଦାର ରାଜନୈତିକ ଚାପରେ ପଥର ଗାଡି ଛାଡି ଦେଉଥିବାର ସାଧାରଣରେ ଆଲୋଚନା ହେଉଛି । ଲକଡାଉନ ବେଳେ ସବୁ ବନ୍ଦ ହୋଇଥିବା ବେଳେ ପଥର ମାଫିଆଙ୍କୁ ଏହି ସମୟରେ ନିଦ ହୋଇ ନଥିଲା ।ସେମାନେ ଦିନରାତି ପଥର କାଟି ଚାଲାଣ କରୁଥିବା ବେଳେ କିଛି ପୋଲିସ କର୍ମଚାରୀ ଓ ତହସିଲଦାର ଏହି ସମୟରେ ମାଲାମାଲ ହୋଇଥିବାର ଜଣା ପଡ଼ିଛି । ସିକୋ ଫାଣ୍ଡି ଅଧିକାରୀ ହିରାପୁର ପଞ୍ଚାୟତର ରାଇମୂଳ ଖଣିରେ ଚାଲୁଥିବା ଓ ଶଗଡ଼ଭଙ୍ଗା ପଞ୍ଚାୟତରେ ଛିମା ଖଣିରେ ଚଳୁଥିବା ୩ ଗୋଟି ପାୱାର ଟିଲର ଗତ ୧୧ ତାରିଖ ଦିନ ଜବତ କରିଥିଲେ ।କିନ୍ତୁ କାହାକୁ କିଛି ନଜଣାଇ ରାଇମୂଳର ରାକା ଓ ହରିଙ୍କର ପାୱାର ଟିଲର ବିନା ରସିଦରେ ୫୦ ହଜାର ଟଙ୍କା ଦେଇ ଛାଡି ଦେଇ ଥିବା ବେଳେ ଛିମା ଗ୍ରାମର ବିଜୟ ବେହେରାଙ୍କ ପାୱାର ଟିଲର ଦର ନ ଛିଡ଼ିବାରୁ ଗାଡିଟିକୁ ଫାଣ୍ଡିକୁ ଆଣି ଆସିଥିଲେ ।ଫଳରେ ଏହି ଘଟଣା ସିକୋ ଓ ଏହାର ଆଖପାଖ ଅଞ୍ଚଳରେ ପ୍ରଚାର ହେବା ପରେ ଆମ ପ୍ରତିନିଧି ସିକୋ ଫାଣ୍ଡି ଅଧିକାରୀଙ୍କୁ ପଚାରିବାରେ ସେ ସଠିକ ଭାବରେ କିଛି ପ୍ରକାଶ ନକରି ନିରବ ରହିଯାଇଥିଲେ ।ପାୱାର ଟିଲର ଦୁଇଟି କେଉଁ ପରିପ୍ରେକ୍ଷୀରେ ଛାଡିଲେ ତହସିଲଦାରଙ୍କୁ ପଚାରିବାରେ ସେ ମଧ୍ୟ ଠିକ ଭାବରେ କହି ପାରି ନଥିଲେ ।ତହସିଲଦାର ତଦନ୍ତ କରି କାହିଁକି ପାୱାର ଟିଲର ଦୁଇଟିକୁ ଥାନାକୁ ଆଣିବାକୁ କଣ ପାଇଁ ପଛଘୁଞ୍ଚା ଦେଉଛନ୍ତି ତାହା ବୁଝା ପଡୁ ନାହିଁ ।ତହସିଲଦାର ଜବତ ହୋଇଥିବା ସମସ୍ତ ଗାଡି ଉପରେ ମାମଲା କରୁ ନଥିବା ବେଳେ କେତେକ ଗାଡିକୁ ଜବତ କରି ଛାଡି ଦେଉଛନ୍ତି ।ତାହାର କାରଣ ଅସ୍ପଷ୍ଟ ରହିଛି । ଜିଲ୍ଲାପାଳ ତଦନ୍ତ କରିବା ପାଇଁ ସାଧାରଣରେ ଦାବି ହେଉଛି । ବେଗୁନିଆ ରୁ ଯୋଗେଶ୍ୱର ପଣ୍ଡା