Breaking News

ପଣ୍ଡିତ ପୁଅ ମାଙ୍କଡ଼ ମାଇଲେ ଦୋଷ ନାହିଁ, ଗୋରୁ ଚୋରି କରିଥିବା ଲୋକକୁ ଛାଡ଼, ଗୋରୁ ପାଇ ରଖିଥିବା ଲୋକ ଗିରଫ

ବେଗୁନିଆ ---- ଚଳିତ ବର୍ଷ ଅପ୍ରେଲ ମାସ  ୧୪ ତାରିଖ ସନ୍ଧ୍ୟାରେ  ବେଗୁନିଆ ଥାନା ଅନ୍ତର୍ଗତ କଡ଼ବ ଗ୍ରାମର ଆଦିବାସୀ  ସାହିରେ  ୫୦ ଗୋଟି ଗୋରୁ  ଆନ୍ତଃରାଜ୍ୟ ଚାଲାଣ ହେବା ପାଇଁ ରହିଥିବାର  ଖବର ପାଇ ଖୋର୍ଦ୍ଧା ଜିଲ୍ଲା ଏସଡିପିଓ,ବେଗୁନିଆ ଥାନା ଅଧିକାରୀ,  ବେଗୁନିଆ ଓ ବୋଲଗଡ଼ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ଗୋରୁ ଗୁଡିକର କେହି ଦାବିଦାର ନଥିବାରୁ ଜବତ କରି ବେଗୁନିଆ ନିକଟସ୍ଥ ରାଧାକାନ୍ତପୁର ପଞ୍ଚାୟତର  ଗଡ଼ତରା ଠାରେ  ଲକଡାଉନ ଥିବା ଯୋଗୁଁ ପଦାରେ ଛାଡି ଦେଇଥିଲେ । ଗୋରୁ ଗୁଡିକ ଏଣେତେଣେ ବୁଲିବା ଭିତରେ ଗୋଚାଲାଣକାରୀ ମାନେ କିଛି ଗୋରୁଙ୍କୁ ପାଇ ନେଇଯାଇଥିଲେ । ସେଥିମଧ୍ୟରୁ  ୮ ଗୋଟି ଗୋରୁ ବେଗୁନିଆ ତଳସାହିର ୟୁଥ କ୍ଲବର ସଭାପତି ସୁକାନ୍ତ ପରିଡା ପାଇକି ବାନ୍ଧି ରଖିଥିଲେ । ସେହି ମାସ ୧୭ ତାରିଖ ରାତିରେ ସ୍ଥାନୀୟ ଥାନାର କନେଷ୍ଟବଳ ସୁଶାନ୍ତ ସାହୁଙ୍କ ସମେତ ଗୋ ଚାଲାଣ କାରୀ ୫ ଜଣ ପହଁଚି ଥାନା ଅଧିକାରୀଙ୍କ ନାମ କହି  ୩ ଗୋଟି ଗୋରୁ ନେଇକରି ଯାଇଥିଲେ । ପରେ ୫ ଗୋଟି ଗୋରୁଙ୍କୁ ଗୋଶାଳରେ ଦେବା ପାଇଁ ବେଗୁନିଆ ପୋଲିସର ଜିମା ଦେଇଥିଲେ । ଏହି ୫ ଗୋଟି ଗୋରୁ ମଧ୍ୟରୁ ଭୁବନେଶ୍ୱର ର ସିଜୁଆସ୍ଥିତ ଗୋଶାଳାରେ  ୩ ଗୋଟି ଗୋରୁ ପହଁଚିଥିବା ବେଳେ ସେଥିରୁ ୨ ଗୋଟି ଗୋରୁ ଉଭାନ ହୋଇଯାଇଥିଲେ । ଗୋରୁ ଉଭାନ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଘଟଣାର ଖୋଲତାଡ଼ ହେବାରୁ   ଧରା ପଡିଯିବା ଭୟରେ ଉଭାନ ହୋଇଥିବା ସୁସ୍ଥ ସବଳ ଗୋରୁ ଜାଗାରେ ବାହାରେ ବୁଲୁଥିବା  ୨ ଗୋଟି ଗୋରୁଙ୍କୁ ଜିମା ଦିଆ ଯାଇଥିଲା । ପରେ ଖୋର୍ଦ୍ଧା ଅତିରିକ୍ତ ଏସପି ଓ ଏସଡିପିଓ ଘଟଣାର ତଦନ୍ତ କରୁଥିବାର ଫଳ ଓଲଟା ହୋଇଥିବାର ଦେଖିବାକୁ ମିଳୁଛି ।ଏଥିରେ ବିଭାଗୀୟ କର୍ମଚାରୀଙ୍କ ଭୁଲକୁ ଘୋଡାଇ ଦେଇଥିଲେ । ତେଣୁ କଥାରେ ଅଛି ମାଙ୍କଡ଼ ମାଇଲେ ପଣ୍ଡିତ ପୁଅର ଦୋଷ ନାହିଁ ନ୍ୟାୟରେ ସଂପୃକ୍ତ କନେଷ୍ଟବଳକୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟର ରିଜର୍ଭକୁ  ବଦଳି କରାଯାଇଛି । ଗୋରୁ ଗୁଡିକ ପାଇ ରଖିଥିବା ବେଗୁନିଆ ତଳସାହିର  ଭାସ୍କର ଜେନା, ଗୋପୀନାଥ ଜେନା, ମଳୟ ରଞ୍ଜନ ପଟନାୟକ ଓ ପ୍ରତାପ ଜେନାଙ୍କୁ  ବେଗୁନିଆ ପୋଲିସ ୮୨/୨୦ରେ କେସ ରୁଜୁ କରି ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି।ଏହି ଘଟଣାର  ନିରପେକ୍ଷ ତଦନ୍ତ ସଂସ୍ଥା ଦ୍ୱାରା ତଦନ୍ତ କରାଗଲେ ପ୍ରକୃତ ସତ୍ୟ ଘଟଣା ଲୋକଲୋଚନକୁ ଆସିପାରନ୍ତା ବୋଲି ସଚେତନ ନାଗରିକ ମାନେ ଦାବି କରିଛନ୍ତି । ବେଗୁନିଆ ରୁ ଯୋଗେଶ୍ୱର ପଣ୍ଡା

Blog Archive

Popular Posts