ଅମାନିଆ ଦୋକାନିଙ୍କ ଠାରୁ ୮,୨୦୦ଟଙ୍କା ଜୋରିମାନା ଆଦାୟ
ଓଡ଼ଗାଁ- ନୟାଗଡ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଅଙ୍କରେ ପହଞ୍ଚିଥିଲେ ସୁଦ୍ଧା ଲୋକଙ୍କ ମଧ୍ୟରେ ଚେତନା ପସୁନାହିଁ । କିମ୍ବା ସାମାଜିକ ଦୂରତ୍ୱ କଥା ଛାଡ଼ନ୍ତୁ କେହି ମଧ୍ୟ ମାସ୍କ ବ୍ୟବହାର କରୁନାହାନ୍ତି ଯାହାକି ଅତ୍ୟନ୍ତ ଦୁଃଖଦାୟକ ଘଟଣା ।
ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ପ୍ରଶାସନ କଠୋର ହେବାର ନଜିର ଦେଖିବାକୁ ମିଳିଛି ।ଓଡ଼ଗାଁ ତହସିଲଦାର ବିଜୟିତା ସାମନ୍ତସିଂହାର ମାସ୍କ ନ ପିନ୍ଧିବା ,ଦିନ ୧ ଟା ପରେ ଦୋକାନ ଖୋଲିବା ଏବଂ ସାମାଜିକ ଦୂରତ୍ୱ ଅବଲମ୍ବନ କରୁନଥିବା ଦୋକାନକୁ ଚଢ଼ାଉ କରି ପ୍ରାୟ ୨୬ଟି ଦୋକାନରୁ ୮,୨୦୦ ଟଙ୍କା ଆଦାୟ କରୁଛନ୍ତି । ଠିକ ସେହିପରି ବିଳମ୍ବିତ ରାତିରେ ଚୋରା ମାଙ୍କଡ଼ା ଚାଲାଣ କରୁଥିବା ବେଳେ ଓଡ଼ଗାଁ ତହସିଲଦାର ଏବଂ ପୋଲିସ ୪ ମାଙ୍କଡ଼ା ବୋଝେଇ ଟ୍ରକ ଜବତ କରିଛନ୍ତି ।
ରିପୋର୍ଟ - ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ