Breaking News

ଫନିକୁ ବର୍ଷେ ପୁରିଲା ; ପଲିଥିନି ତଳେ କଟୁଛି ଜୀବନ

ଡେଲାଙ୍ଗ ---- ରାତି ପାହିଲେ  ଫନିକୁ ପୁରିବ ବର୍ଷେ । କେତେ ଦୁଖଃ ଯନ୍ତ୍‌ଣା ଦେଇ ଯାଇଛି ଫନି । ଫନି ମାଡରେ ଲୋକ ମାନେ ଅଣ୍ଟା ସଳକ କରୁଥିବା ବେଳେ ଏବେ କାଳ ସାଜିଛି କରୋନା । ଫନି ଯିବାର ଏକ ବର୍ଷ ହୋଇଥିଲେ ମଧ୍ୟ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକର ଅନେକ ପରିବାର ଏବେ ପଲିଥିନି ତଳେ କଟୁଛି ଜୀବନ ।  ଏବେ ବି ସେମାନଙ୍କର ବିଶ୍ୱାସ ଅଛି ସରକାରୀ ସାହାର୍ଯ୍ୟ ପାଇବୁ । ସରକାର ସେମାନଙ୍କର ଦୁଖଃ ଶୁଣିବେ । ମାତ୍ର ହାତଗୁଞ୍ଜା ଓ ଦଳୀୟ କର୍ମୀ ନ ହେବାରୁ ସେମାନଙ୍କୁ ଯୋଗ୍ୟ ତାଲିକାରୁ ବାଦ କରାଯାଇ କୋଠା ଘର ତାଳିକାରେ ଅନ୍ତଭୁକ୍ତ କରାଯାଇଛି ବୋଲି ସେମାନେ କହନ୍ତି । ବିଭାଗୀୟ ୍ରଅଧିକାରୀ ମାନେ କହୁଛନ୍ତି ଆମେ କ’ଣ କରିବୁ ତାଳିକା ପ୍ରସ୍ତୁତ ସମୟରେ ଯାହା ହୋଇଛି । ଆମର ଆଉ କିଛି କରିବାର ନାହିଁ ।  ସୁଚନାଯୋଗ୍ୟ ଯେ ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ଖେଳାଉର ଗ୍ରାମ ପଞ୍ଚାୟତର ନୁଆଗାଁ ଗ୍ରାମର ବାବୁଲା ବେହେରା, ହରିରାଜପୁର ଗ୍ରାମ ପଞ୍ଚାୟତର ବଅଙ୍ଗ ଗ୍ରାମର ଶୁକାନ୍ତି ବେହେରା, ସଞ୍ଜୁ ବେହେରା ପରି ଅନେକ ପରିବାର ଫନି ସାହାର୍ଯ୍ୟରୁ ବଞ୍ଚିତ ହୋଇ ଏବେ ବି ରାସ୍ତା କରରେ ପଲିଥିନି ତଳେ ରହିଛନ୍ତି । ବର୍ଷା ପବନ ଆସିଲେ ସେମାନଙ୍କର ନିଦ ହଜିଯାଉଛି । କାରଣ ସେ ଦିନର ବାତ୍ୟା କଥା ତାଙ୍କର ମନେ ପଡି ଯାଉଛି ।  ସେ ଦିନର କଥାକୁ ମନେ ପକାଇଲେ ସେମାନଙ୍କ ଆଖିରୁ ଲୁହ ଆପେ ଆପେ ଝରି ଆସୁଛି । ସେମାନଙ୍କ ଆଖି ଆଗରେ ବାସଗୃହ ମାଟିରେ ମିଶିଗଲା । ସବୁ କିଛି ନେଇ ଗଲା ଫନି । ବର୍ଷ କ ପରେ ସେହି ଫନିକୁ ମନେ ପକାଇ ପଲିଥିନିକୁ ଅନେଇ ରହିଛନ୍ତି ଅନେକ ପରିବାର । ମାତ୍ର ଏ ସମ୍ପର୍କରେ  ଡେଲାଙ୍ଗ ତହସିଲଦାର ରାଜେନ୍ଦ୍ର ଆଚାରୀଆ କହନ୍ତି ଆମେ ସତ ଚେଷ୍ଟା କରୁଛୁ ଫନିରେ କ୍ଷୟକ୍ଷତି ହୋଇଥିବା ସଠିକ ପରିବାରଙ୍କୁ ସରକାରୀ ସାହାର୍ଯ୍ୟ ଯୋଗାଇ ଦେବା ପାଇଁ ଚେଷ୍ଟା ଚାରି ରହିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts