Breaking News

ମାସ୍କ ନ ପିନ୍ଧି ଥିବାରୁ ତଣ୍ଡ ଗଣିଲେ ୨୪ ଜଣ



ସାକ୍ଷୀଗୋପାଳ---- ପୁରୀ ଜିଲ୍ଲାପାଳ ବଳବନ୍ତ ସିଂଙ୍କ ନିର୍ଦ୍ଦେଶ କ୍ରମେ ସାକ୍ଷୀଗୋପାଳ ବସଷ୍ଟାଣ୍ଡ ଠାରେ ସତ୍ୟବାଦୀ ଅତିରିକ୍ତ ତହସିଲଦାର ମୌସୁମୀ ମିଶ୍ର ଙ୍କ ସହିତ ତହସିଲ କର୍ମଚାରୀ ଓ ପୋଲିସ ଫୋର୍ସ ସହିତ ମାସ୍କ ନ ପିନ୍ଧିଥିବା ଲୋକ ମାନଙ୍କୁ ଅଟକାଇ ସେମାନଙ୍କ ଠାରୁ ୨ଶହ ଟଙ୍କା ଫାଇନ ଆଦାୟ କରାଯାଇଛି । ସୁଚନାଯୋଗ୍ୟ ଯେ ରାଜ୍ୟ ସରକାର କରୋନା ପାଇଁ ଲକ ଡାଉନ ଜାରି କରିଛନ୍ତି । ଲକ ଡାଉନ ସମୟରେ କିଛି ନିୟମ କୋହଳ କରିଛନ୍ତି । ବିଶେଷ କରି ଘରୁ ବାହାରକୁ ବାହାରିଲେ ମୁହଁରେ ମାସ୍କ ବାନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା ପାଇଁ କଡା କଡି ନିୟମ ଜାରି କରିଛନ୍ତି । ଏହାକୁ ଯେଉଁ ମାନେ ମାନୁ ନାହାନ୍ତି ସେମାନଙ୍କୁ ଅଟକାଇ ଯାଇ ଫାଇନି ଆଦାୟ କରାଯିବା ସହ କରୋନା ସଚେତନତା କରାଯାଉଛି ବୋଲି ଅତିରିକ୍ତ ତହସିଲଦାର ଶ୍ରୀ ମିଶ୍ରଙ୍କ ଠାରୁ ସୁଚନା ମିଳିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts