Breaking News

ଓଡ଼ଗାଁ ବ୍ଲକର ବିଭିନ୍ନ ଗ୍ରାମକୁ ଫେରିବା ପାଇଁ ନାମ ପଞ୍ଜିକରଣ କଲେ ୨୦୦୦ରୁ ଉର୍ଦ୍ଧ୍ବ


 କୁରାଳ------ପ୍ରବାସୀ ଓଡ଼ିଆଙ୍କୁ ଓଡିଶା ଫେରାଇଆଣିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନାମ ପଞ୍ଜିକରଣ  ବାଧ୍ୟତାମୂଳକ ବୋଲି ନିର୍ଦ୍ଦେଶ ଦେଇଛନ୍ତି ।ଅନଲାଇନ ଯୋଗେ କିମ୍ବା ସମ୍ପର୍କୀୟମାନେ  ପଞ୍ଚାୟତ ଅଫିସକୁ ଯାଇ  ନାଁ,ଠିକଣା ପଞ୍ଜିକରଣ କରାଇଆସୁଛନ୍ତି । ଏପ୍ରିଲ ୨୪ ତାରିଖରୁ ଆରମ୍ଭ ହୋଇଥିବା ଏହି ନାଁ ପଞ୍ଜିକରଣ ପ୍ରକ୍ରିୟାରେ ଓଡ଼ଗାଁ ବ୍ଲକର ବିଭିନ୍ନ ପଞ୍ଚାୟତର ଅଦ୍ୟାବଧି ୨୦୦୦ଜଣ ନାଁ ପଞ୍ଜିକରଣ କରିସାରିଥିବା ଜଣାପଡିଛି । ଓଡ଼ଗାଁ ବ୍ଲକ ଅନ୍ତର୍ଗତ ରଂଗଣିପାଟଣା ଗ୍ରାମ  ପଞ୍ଚାୟତରେ ୧୦୮ ଜଣ ,କୋମଣ୍ଡରେ ୩୨୫,କୁରାଳ ୩୫୦,ରବିଗାଡ଼ିଆ ୧୦୮,ଗୌଡ଼ପୁଟ ୧୨୩,ବାଣ୍ଠପୁର ୪୫,ଗିରିଡ଼ିପଲ୍ଲୀ ୧୭୦,ପନ୍ତିଖାରି ୬୬,ରୋହିବାଙ୍କ ୨୧୧,ରାବେରା ୫୫, ଶରଧାପୁର ୮୭,ସାକେରି ୧୦୪, କୋରପିଠା ୭୦,ସୁନାମୁଁହି ୩୦୦, ନନ୍ଦିଘୋର ୧୦୭ ଜଣ ବର୍ତ୍ତମାନ ସୁଦ୍ଧା ନାମ ପଞ୍ଜିକରଣ କରିସାରିଲେଣି ।ଅଦ୍ୟାବଧି ଏହି ପଞ୍ଜିକରଣ ପ୍ରକ୍ରିୟା ଚାଲୁ ରହିଛି ।
 ଠିକ ସେହିପରି ଫେରାନ୍ତଙ୍କୁ ସଙ୍ଗରୋଧ କରିବା ନିମନ୍ତେ ପ୍ରଶାସନ ସଜାଗ ଥିବା ସହ ବ୍ୟାପକ ବ୍ୟବସ୍ଥା ମଧ୍ୟ କରାଯାଇଅଛି ।
ରଂଗଣିପାଟଣା ଗ୍ରା.ପ ତରଫରୁ ୧୦୨ ବିଶିଷ୍ଟ ଶଯ୍ୟାର ବ୍ୟବସ୍ଥା ହେଇଥିବା ବେଳେ କୋମଣ୍ଡ ଗ୍ରା.ପରେ ୩୦୦ ଶଯ୍ୟା ,ରୋହିବାଙ୍କରେ ୨୦୦,ରବିଗାଡ଼ିଆରେ ୧୦୦,ଗୌଡ଼ପୁଟରେ ୭୦,ଗିରିଡ଼ିପଲ୍ଲୀରେ ୨୦୦ ,ପନ୍ତିଖାରି ୩୦ ,କୋରପିଠା ୭୦,ସାକେରି ୯୦ ,କୁରାଳ ୩୦୦,ସୁନାମୁଁହି ୩୦୦ ,ଏବଂ ଶରଧାପୁରରେ ୧୦୦ ଶଯ୍ୟା କ୍ଷମତାବିଶିଷ୍ଟ ସଙ୍ଗରୋଧ ଗୃହ ସ୍ଥାନୀୟ ବିଦ୍ୟାଳୟ କିମ୍ବା କଲ୍ୟାଣି ମଣ୍ଡପରେ ତିଆରି ହୋଇଅଛି ବୋଲି ସରପଞ୍ଚମାନେ  ସୂଚନା ଦେଇଛନ୍ତି ।
 ପଞ୍ଜିକରଣ ସମୟରେ କିଛି ବ୍ୟକ୍ତି ଦୁଇ ଦୁଇ ଥର ପଞ୍ଜିକରଣ କରିଥିବା ବେଳେ ଆଉ କିଛି ବ୍ୟକ୍ତି ପରିବାର ସହ ବାହାରେ ରହୁଥିବାରୁ ସମସ୍ତ  ପରିବାରର ଜଣଙ୍କ ନାମରେ ପଞ୍ଜିକରଣ କରିଛନ୍ତି ।ଯାହାକି ସଠିକ ଫେରାନ୍ତଙ୍କ ସଂଖ୍ୟା ଆକଳନକୁ ଭ୍ରମିତ କରିପାରେ ବୋଲି ଅଧିକାରୀଙ୍କ  ଠାରୁ ସୁଚନା ମିଳିଛି।

ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ

Blog Archive

Popular Posts