ସତ୍ୟବାଦୀ ମନ୍ଦିର, ଥାନା, ଏଟିଏମ ଓ ମନ୍ଦିର କାର୍ଯ୍ୟାଳୟ ବିଶୋଧନ କରାଗଲା
ସାକ୍ଷୀଗୋପାଳ ---- ସତ୍ୟବାଦୀ ଥାନା ପରିସରକୁ ପ୍ରତ୍ୟେକ ଦିନ ବିଭିନ୍ନ ଅଞ୍ଚଳରୁ ଲୋକମାନେ ଆସୁଥିବାରୁ ସତ୍ୟବାଦୀ ଥାନା ଓ ଏହାର ଆଖ ପାଖ ପରିସର, ସାକ୍ଷୀଗୋପାଳ ମନ୍ଦିର ଓ ମନ୍ଦିର କାର୍ଯ୍ୟାଳୟ ପରିସର, ସ୍ୱାସ୍ଥ୍ୟ କେନ୍ଦ୍ର , ମେଡିସିନ ଦୋକାନ ସମ୍ମୁଖ, ଓଭରବ୍ରିଜ ତଳ, ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାର ପରିସର ଓ ସମସ୍ତ ଏଟିଏମକୁ ବିଶୋଧନ କରାଯାଇଛି । ପୁଣ୍ୟ ଉତ୍କଳ ସଂସ୍ଥା ତରଫରୁ କ୍ଳବ ସତ୍ୟବାଦୀର ସହଯୋଗରେ ବିଶୋଧନ କାର୍ଯ୍ୟକ୍ରମ କରାଯାଉଛି । ଏଥିରେ ହାପି ରଥ, ଆଲୋକ ଖୁଣ୍ଠିଆ, ତୁଷାର ରଞ୍ଜନ ନାୟକ, ସୁରେଶ କୁମାର ସାହୁ, ନିହାର ସାହୁ, ପୂର୍ଣ୍ଣାନନ୍ଦ ତ୍ରିପାଠୀ, ଅଭିଜିତି ସେନାପତି , ନିଶିକାନ୍ତ ପ୍ରଧାନ, ତେଫାନ ବେହେରା, ତ୍ରିନାଥ ବାରିକ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଦୁଇ ସପ୍ତାହ ବ୍ୟବଧାନରେ ଏହି ବିଶୋଧନ କାର୍ଯ୍ୟକ୍ରମ କରାଯିବ ବୋଲି କ୍ଳବ ସତ୍ୟବାଦୀର ସଭାପତି ନିହାର ରଞ୍ଚନ ସ୍ୱାଇଁ ସୁଚନା ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ନେଇ କ୍ଳବ ସତ୍ୟବାଦୀର ସଦସ୍ୟ ମାନଙ୍କୁ ପ୍ରଶାସନ ଅଧିକାରୀ ମାନେ ପ୍ରଶଂସା କରିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି