Breaking News

ଡେଲାଙ୍ଗ ବ୍ଳକର ମୁନିନ୍ଦା ଗ୍ରାମ ପଞ୍ଚାୟତର ଅଲଉତା ଗ୍ରାମ କଣ୍ଟନମେଣ୍ଟ ଜୋନ ଘୋଷଣା ହେଲା

ଡେଲାଙ୍ଗ----  ଡେଲାଙ୍ଗ ବ୍ଳକରେ ଦୁଇଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି । ଏହାକୁ ନଜର କରି ବ୍ଳକ ପ୍ରଶାସନ ପକ୍ଷରୁ ଡେଲାଙ୍ଗ ବ୍ଳକର ମୁନିନ୍ଦା ଗ୍ରାମ ପଞ୍ଚାୟତର ଅଳଉତା ଗ୍ରାମକୁ  କଣ୍ଟନମେଣ୍ଟଜୋନ ଭାବେ ଘୋଷଣା କରାଯାଇଛି । ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଉକ୍ତ ଗ୍ରାମର ଲୋକମାନଙ୍କର ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦିଆଯିବ ବୋଲି ବିଡିଓ କ୍ଷୀରୋଦ ପ୍ରଧାନ କହିଛନ୍ତି । ଉକ୍ତ ଗ୍ରାମର ପ୍ରବେଶ ପଥ ସିଲ କରାଯାଇଛି ବୋଲି ଡେଲାଙ୍ଗ ଥାନା ଆଇଆଇସି ରଶ୍ମି ରଞ୍ଜନ ପଟ୍ଟନାୟକଙ୍କ ଠାରୁ ସୁଚନା ମିଳିଛି । ସେଠାରେ ପୋଲିସ ପକ୍ଷରୁ  ପ୍ରହରା ଦିଆଯାଇଛି । ସ୍ଥାନୀୟ ସରପଞ୍ଚ ସଂଧ୍ୟାରାଣୀ ପରିଡା ଙ୍କ ନେତୃତ୍ୱରେ ଗ୍ରାମବାସୀ ମାନଙ୍କୁ ସମସ୍ତ ପ୍ରକାରର ସହଯୋଗ କରାଯିବ ବୋଲି ଜଣାପଡିଛି । ଆଗାମୀ ଦିନ ପର୍ଯ୍ୟନ୍ତ ଅର୍ଡର ନ ଆସିବା ପର୍ଯ୍ୟନ୍ତ ଏହି ଆଇନ ଜାରି ରହିବ ବୋଲି ଜଣାପଡିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts