Breaking News

ସତ୍ୟବାଦୀରେ ଅଘୋଷିତ ବିଦ୍ୟୁତ କାଟ

ସାକ୍ଷୀଗୋପାଳ ----- ସତ୍ୟବାଦୀ  ବିଦ୍ୟୁତ ଉପଖଣ୍ଡରେ ଅଘୋଷିତ ବିଦ୍ୟୁତ କାଟ କରାଯାଉଛି । ଏପରିକି ଗଛର ପତ୍ର ହଲିଲେ ବିଦ୍ୟୁତ କାଟ କରାଯାଉଛି । ସେହିପିର ଆକାଶରେ କଳା ବାଦଳ ଦେଖିଲେ ବିଦ୍ୟୁତ କାଟ କରାଯାଉଛି । ଏହା ବ୍ୟତିତ୍ୟ ଦିନକ ମଧ୍ୟରେ ପ୍ରାୟ ୧୦ ରୁ ୧୫ ମିନିଟ ପର୍ଯ୍ୟନ୍ତ ୩ରୁ ୫ଥର ବିଦ୍ୟୁତ କାଟ କରାଯାଉଛି । ବିଶେଷ କରି ସକାଳ ୮ଟା ଠାରୁ ଅପରାହ୍ନ ୫ଟା ମଧ୍ୟରେ ଏହି ବିଦ୍ୟୁତ କାଟ ହେଉଛି । ଏ ସମ୍ପର୍କରେ ବିଭାଗୀୟ ଜେଇ ଓ ଏସଡିଓଙ୍କୁ ପଚାରିଲେ ସେମାନ କହନ୍ତି ବିଦ୍ୟୁତ ନାହିଁ ଆମେ ପଚାରିକି ବୁଝୁଛୁ ବୋଲି କହନ୍ତି । ବିଦ୍ୟୁତ କାଟ ସମୟରେ ପଚାରିଲେ ଡଫ ଆଉଟ କଟି ଯାଇଛି କାମ ହେଉଛି ଲାଇନି ଦିଆଯିବ ବୋଲି କହନ୍ତି । ଅସହ୍ୟ ଗୁଳୁଗୁଳି ଗରମ ହେଉଥିବାରୁ ଲୋକମାନେ ବିଦ୍ୟୁତ କାଟ ହେବାରୁ ନାହିଁ ନ ଥିବା କଷ୍ଟ ଭେଗୁ ଛନ୍ତି ବୋଲି ଲୋକମାନେ କହନ୍ତି । ବିଶେଷ କରି ସତ୍ୟବାଦୀର ତଳ ଅଞ୍ଚଳ ବିଦ୍ୟୁତ କଟିଲେ କେବେ ଆସିବ ତାହା ଭଗବାନଙ୍କୁ ଜଣା । ସେମାନେ ଅନ୍ଦାରରେ ରାତି କଟାନ୍ତି ତା ପରଦିନ ୧୧ଟା ୧୨ଟା ବେଳକୁ ବିଦ୍ୟୁତ ପାଇଥାନ୍ତି ବୋଲି ପ୍ରଫୁଲ ମିଶ୍ର, ରନ୍‌ôାକର ଜେନା, ଦେବାଶିଷ ନନ୍ଦ, ଚକ୍ରଧର ମହାନ୍ତି ପ୍ରମୁଖ କହନ୍ତି । ତୁରନ୍ତ ଏ ଦିଗ ପ୍ରତି ଜିଲ୍ଲାପାଳ ନଜର ଦେବାକୁ ଜନସାଧାରଣରେ ଦାବି କରାଯାଇଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତ

Blog Archive

Popular Posts