୯ଶହ କିମି ଅତିକ୍ରମ କରି ଚେନ୍ନାଇରୁ ଧରାକୋଟ ରେ ପହଞ୍ଚିଲେ ୪ ପ୍ରବାସୀ ଶ୍ରମିକ
ଧରାକୋଟ ----ସୁଦୂର ଚେନ୍ନାଇ ରୁ ୯ ଶହ କିମି ଅତିକ୍ରମ କରି ୪ ଜଣ ଓଡ଼ିଆ ପ୍ରବାସୀ ଶ୍ରମିକ ୭ଦିନର ଲମ୍ବା ଯାତ୍ରା ପରେ ଧରାକୋଟ ରେ ପହଞ୍ଚିଛନ୍ତି । ଜାହାଡ ଗ୍ରାମର ଜଗବନ୍ଧୁ ସ୍ଵାଇଁ, ଗୋପବନ୍ଧୁ ସ୍ଵାଇଁ ଓ ନବଜୀବନ ପରିଡା ଅନ୍ୟ ଜଣେ ହେଲେ ପ୍ରଦୀପ ନାୟକ ଆଡ଼ିବନ୍ଧ ଗ୍ରାମର।ଜାହାଡ ଗ୍ରାମର ୩ ଜଣକୁ ଦଶମଇଲି ସଂଘରୋଧ କେନ୍ଦ୍ରରେ ରଖାଯାଇଥିବା ବେଳେ ଅନ୍ୟ ଜଣକୁ ଆଡିବନ୍ଧ ରେ ରଖାଯାଇଛି।ଆର୍ଥିକ ସମସ୍ୟା ଓ ପେଟର ଜ୍ଵଳା ଉତ୍କୃଷ୍ଟ ହେବାରୁ ବାଧ୍ୟ ହୋଇ ସାଇକେଲରେ ନିଜ ଭିଟାମାଟିକୁ ପଳାଇ ଆସିଲୁ ବୋଲି ପ୍ରବାସୀ ଓଡିଆ ମାନେ ।