Breaking News

ଫୂଲବାଣୀରେ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଟିତ ହେଇଯାଇଛି


 ଫୁଲବାଣୀ-----କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ୍ ଅନ୍ତର୍ଗତ ସଦର ଥାନା ଅଧିକାରୀ ଆଦିତ୍ୟ କୁମାର୍ ସେଠୀ ଙ୍କ ନେତୃତ୍ୱରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଟିତ ହେଇଯାଇଛି । ଏହି ସ୍ବେଛାକୃତ ରକ୍ତଦାନ ଶିବିର ରେ ବିଶିପଡ଼ା, ଦଡ଼କି, ଗୁମାଗଡ଼, ସୁଡୁରୁକୁମ୍ପା, ମିଣିଆଁ, କେରେଡ଼ି ସରପଞ୍ଚ ଏପରିକି ସଦର ଥାନା ଅଧୀନରେ ଥିବା ଅନେକ ଗ୍ରାମ ରୁ ସ୍ବେଛାସେବୀ ରକ୍ତଦାତା ମାନେ ରକ୍ତଦାନ କରିଛନ୍ତି । ଏଥିମଧ୍ୟରେ ସମାଜସେବୀ ରାଜୀବ ଦିଗାଲ, ଦାଲୀୟନ ଦିଗାଲ , ଫିଲିଫମହଂ ଦିଗାଲ ଙ୍କ ସହଯୋଗ ରେ ସାମିଲ ହୋଇ ବିଭିର୍ଣ୍ଣ ଅଞ୍ଚଳ ର ସ୍ବେଛାସେବି ରକ୍ତଦାତା ମାନଙ୍କୁ ଆଣି ରକ୍ତଦାନ କରାଇଥିଲେ । ଏହି ସ୍ବେଛାକୃତ ରକ୍ତଦାନ ଶିବିର ରେ ଟିମ୍ ହୁମାନିଟି ର ମୁଖ୍ୟ ଉପଦେଷ୍ଟା ଲୋକନାଥ ରାଜୁ, ୟୁଥ ଫୋର୍ ଚେଞ୍ଜ କନ୍ଧମାଳ ସୁକାନ୍ତ କୁମାର ବେହେରା ଏବଂ ସଦସ୍ୟ ହିମାଂଶୁ ନାୟକ, ସୁରେଶ କୁମାର ପଣ୍ଡା , ଲମ୍ବୋଦର ରଥ, ପ୍ରଶ୍ନ କୁମାର ବେହେରା, ବିଦୁ ବିନୋଦ ବିଶୋଇ, ଅମର ଜୋତି ରାୟ, ଅରୁଣ କୁମାର ପ୍ରଧାନ, ଆଶିଷ କୁମାର ପ୍ରଧାନ, ଆଲୋକ କୁମାର ସେନାପତି ପ୍ରମ୍ମୁଖ ଯୋଗ ଦେଇ ସହଯୋଗ କରିଥିବାବେଳେ ଡା,ଜୟଦିପ ଘୋଷ, ତୁଷାରକାନ୍ତ ପ୍ରଧାନ, ଦିନକୃଷ୍ଣ ମନନ୍ତ, ସୁଜିତ କୁମାର ସାହୁ, ଶରତ ଚନ୍ଦ୍ର ଭଟ ଏବଂ ଜିତେନ୍ କୁମାର ଜେନା ବ୍ଲଡ଼ ବ୍ୟାଙ୍କ କର୍ମଚାରୀ ବରୁଣ ମୁଖୀ ପ୍ରମ୍ମୁଖ ଯୋଗ ଦେଇ ପ୍ରାୟ ୨୩୦  ୟୁନିଟ୍ ରକ୍ତ ସଂଗ୍ରହ କରିଛନ୍ତି । ରାଜ୍ୟରେ କୋଭିଡ଼ ୧୯ କରୋନା ଭୁତାଣୁ କୁ ଦୂରୀକରଣ କରିବା ନିମନ୍ତେ ସରକାର ୧୪୪ ଧାରା ଲାଗୁକରିଛନ୍ତି । କିନ୍ତୁ କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସା ଳୟରେ ଯେପରି କୌଣସି ରୋଗୀ ରକ୍ତ ସେବା ପାଇବାରେ ବଞ୍ଚିତ ନ ହୁଅନ୍ତି ତାହା ଆଖିଆଗରେ ରଖି ଏହି ସ୍ବେଛାକୃତ ରକ୍ତଦାନ ଶିବିର କରାଯାଇ ଥିବା କହିଛନ୍ତି ଅତିରିକ୍ତ ଜିଲ୍ଲା ଆରକ୍ଷକ ଅଧିକାରୀ ଶ୍ରୀ ବେହେରା , ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ଙ୍କ ନିର୍ଦେଶ କ୍ରମେ ଏହି ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହେଇଥିବାବେଳେ ଅତିରିକ୍ତ ଜିଲ୍ଲା ଆରକ୍ଷକ ଅଧିକାରୀ ବିପିନି ବେହେରା, ଏସଡିପିଓ ମହେନ୍ଦ୍ରନାଥ ମୁର୍ମୁ, ଡିଏସପି ,  ଏବଂ ସବନିଷ୍ପେକର ପ୍ରିୟମଦା ମାଡାମ୍ ଓ  ସଦର ଥାନାର ସମସ୍ତ ଷ୍ଟାଫ ଏହି ସ୍ବେଛାକୃତ ରକ୍ତଦାନ ଶିବିର ପରିଚାଳନା ରେ ସହଯୋଗ କରିଥିଲେ ।
 ଫୁଲବାଣୀ ରୁ ବୈଦ୍ୟନାଥ ନାୟକ

Blog Archive