Breaking News

ସଙ୍ଗରୋଧ କେନ୍ଦ୍ରରେ ଜଳର ଅଭାବ ନେଇ ରାଜ ରାସ୍ତାକୁ ଓଲ୍ହାଇଲେ ପ୍ରବାସୀ ଶ୍ରମିକ


ଧରାକୋଟ---- ଧରାକୋଟ ବ୍ଲକ ଅଧୀନସ୍ଥ ଢଉଗାଁ  ଗ୍ରାମ ପଞ୍ଚାୟତ ର କେ. ରାମଚନ୍ଦ୍ରପୁର ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟରେ ଗତ ୧୬ ତାରିଖରେ  ୫୫ଜଣ ପ୍ରବାସୀ ଶ୍ରମିକଙ୍କୁ ସଙ୍ଗରୋଧ ଗୃହରେ  ରଖାଯାଇଥିଲା।କିନ୍ତୁ ସେଠାରେ ପାନୀୟ ଜଳ ଓ କୌଣସି ପଙ୍ଖା ର ବ୍ୟବସ୍ଥା ନଥିବା ବିଷୟରେ ସେମାନେ ସ୍ଥାନୀୟ ସରପଞ୍ଚ ଓ ବିଡ଼ିଓଙ୍କୁ  ଜଣାଇଥିଲେ । କେହି ଏମାନଙ୍କ କଥା ନ ଶୁଣିବାରୁ ଆଜି ସକାଳ ୭ ସମୟରେ ସଙ୍ଗରୋଧ କେନ୍ଦ୍ରରେ ଥିବା ସମସ୍ତ ପ୍ରବାସୀ ଜାତୀୟରାଜ ପଥ ୫୯ ଉପରକୁ ଓଲ୍ହାଇ ଥିଲେ । ସେମାନେ ହାତରେ ଗୋଟିଏ ଗୋଟିଏ ବାଲ୍ଟି ଧରି ଧାରଣାରେ ବସିଥିଲେ।ଏହି ଖବର ପ୍ରଚାରିତ ହେବାପରେ ସ୍ଥାନୀୟ ବିଡିଓ, ତହସିଲଦାର ଓ  ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ପ୍ରବାସୀ ଓଡ଼ିଆ ମାନଙ୍କୁ  ବୁଝାଇବା ପରେ ଏବଂ ଜଳର ସମସ୍ୟା ସମାଧାନ ପାଇଁ ପ୍ରତିଶ୍ରୁତି ଦେବାପରେ ସେମାନେ ଧାରଣାରୁ ହଟିଥିଲେ।

       ଧରକୋଟ ରୁ କାଳୁ ଚରଣ ମହାପାତ୍ର

Blog Archive

Popular Posts