କରୋନା ଯୋଦ୍ଧାଙ୍କୁ ମାସ୍କ ବଣ୍ଟନ
ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ବୀରରଆମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତର ପୂର୍ବତନ ସ୍ବଗତ ସରପଞ୍ଚ ଅଜୟ ବେହେରାଙ୍କ ପତ୍ନୀ ଦୀପା ବେହେରା ସତ୍ୟବାଦୀ ଥାନା ଆଇଆଇସି ଉପସ୍ଥିତି ରେ ମାସ୍କ ବଣ୍ଟନ କରିଛନ୍ତି । ପେଣ୍ଠ ପଡା ପଞ୍ଚାୟତର ସିଆରପି ସତ୍ୟଭାମା ପରିଡା ଓ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ପ୍ରଶାନ୍ତ ମହାପାତ୍ର ଉପସ୍ଥିତ ରହିଥିଲେ । ବିଶେଷ କରି ଥାନା ରେ ଥିବା ସମସ୍ତ କର୍ମଚାରୀମାନଙ୍କୁ ମାସ୍କ ପ୍ରଦାନ କରାଯାଇଥିଲା ।