Breaking News

ଓଭରବ୍ରିଜ ତଳୁ ହଟିଲେ ଉଠା ଦେକାନୀ

ସାକ୍ଷୀଗୋପାଳ----  କରୋନା ଯୋଗୁ ସବୁଆଡେ ଲକ ଡାଉନ ଜାରି ରହିଛି । ସାକ୍ଷୀଗୋପାଳ ବସଷ୍ଟାଣ୍ଡ ନିକଟରେ ଥିବା ଓଭରବ୍ରିଜ ତଳେ ଉଠା ଫଳ ଦେକାନୀ ମାନଙ୍କର ସାବିତ୍ରୀ ପାଇଁ ଗହଳି ଲାଗିଛି । ଆଜି ସକାଳେ ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କ ନିର୍ଦ୍ଦେଶକ୍ରମେ ମହିଳା ଏଏସଆଇ ଓ ଫୋର୍ସ ନେଇ ଓଭରବ୍ରିଜ  ତଳେ ଅବରୋଧ କରିଥିବା ଉଠା ଦେକାନୀ ମାନଙ୍କୁ ହଟାଇଥିଲେ । ପ୍ରଥମେ ଜଣେ ଦି ଜଣ ଦେକାନୀ ସେଠାରେ ଅସ୍ଥାୟୀ ଭାବେ ଦେକାନ କରିଥିଲେ । ସେମାନଙ୍କୁ ଦେଖି ଆସ୍ତେ ଆସ୍ତେ ଅନ୍ୟ ଉଠା ଦେକାନୀ ମାନେ ବସିଥିଲେ । ଯାହା ଫଳରେକି ଓଭରବ୍ରିତ ତଳ ରାସ୍ତା ଅବରୋଧ ହୋଇପଡିଥିଲା । ଯାହାକୁ ନେଇ ସତ୍ୟବାଦୀ ପୋଲିସ  ଓଭରବ୍ରିଜ ତଳେ ଥିବା ସମସ୍ତ ଉଠା ଦେକାନୀ ମାନଙ୍କୁ   ହଟାଇଥିବାର ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts