Breaking News

ପେଣ୍ଟପଡା ପଞ୍ଚାୟତ ତରଫରୁ ଗ୍ରାମ ଦାଣ୍ଡ ଓ ମନ୍ଦିର ସଫେଇ


 ସାକ୍ଷୀଗୋପାଳ ------- ସତ୍ୟବାଦୀ ବ୍ଳକର ପେଣ୍ଠପଡା ଗ୍ରାମ ପଞ୍ଚାୟତର ସରପଞ୍ଚବାସନ୍ତୀ ବେହେରା ନିଜ ପଞ୍ଚାୟତରେ କରୋନା ଭୁତାଣୁକୁ ଦୂରେଇ ରଖିବା ପାଇଁ ଉଦ୍ଦ୍ୟମ ଜାରି ରଖିଛନ୍ତି ।  ସଫେଇ କର୍ମଚାରୀଙ୍କୁ ସାଙ୍ଗରେ ଧରି ଆଜକୁ ପ୍ରାୟ ୧୨ ଦିନ ହେବ ପଞ୍ଚାୟତର ବିଭିନ୍ନ ଗ୍ରାମ ରାସ୍ତା ଓ ବିଭିନ୍ନ ମନ୍ଦିର ପରିସର ସଫେଇ କରୁଛନ୍ତି । ଗ୍ରାମ ଦାଣ୍ଡରେ ବା ଛକ ମାନଙ୍କର ଗଦିଆ ହୋଇଥିବା କୁଡ କୁଡ ଅଳିଆ ଅବର୍ଜନା  ସଫେଇ କରାଯାଉଛି । ଆଜି ଡୁବୁଡୁବା ଓ କୋଷେଳେଶ୍ୱର ମନ୍ଦିର ଓ ମନ୍ଦିର ରାସ୍ତା ସଫେଇ କରାଯାଇଛି ।  ହରିଶରଣପୁର, ବଡ କାଞ୍ଜିଆ, ଅହମଦପୁର, ଓ କେନାଳ ଉପର ଦଳିତବସ୍ତି ସଫେଇ କରାଯିବ ବୋଲି ସରପଞ୍ଚଙ୍କ ପ୍ରତିନିଧି ନିରୁ ବେହେରା ସୁଚନା ଦେଇଛନ୍ତି ।

 ସାକ୍ଷୀଗେପୋଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts