ସାରଙ୍ଗଯୋଡି ସୁବଳିଆ ଗ୍ରାମରେ ଗୋଷ୍ଠୀ ସଂଘର୍ଷ . ୨ ଗିରଫ
ସାକ୍ଷୀଗୋପାଳ ------- ସତ୍ୟବାଦୀ ଥାନା ଅନ୍ତର୍ଗତ ସାରଙ୍ଗଯୋଡି ଗ୍ରାମ ପଞ୍ଚାୟତର ସୁବଳିଆ ଗ୍ରାମରେ ଅଳିଆପକାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୮ ଜଣ ଆହତ ହୋଇଛନ୍ତି । ଅନ୍ୟ ପକ୍ଷେ ସରାକରୀ ନଳକୁପ ପାଖରେ ରାସ୍ତା ଉପରେ ଇଟା ରଖିଛନ୍ତି ମାନସ ମହାନ୍ତି ଘର । ଇଟାରେ ପାଣି ପଡିବାକୁ ନେଇ ଅନେକ ଥର ପାଟିତୁଣ୍ଡ ହୋଇଛି । ଏବେ ମାନସ ଘର ଅଳିଆ ନେଇ ସୁଚିତ୍ରା ବେହେରାଙ୍କ ଘର ଆଗରେ ଗଦେଇଥିଲେ । ଏହାକୁ ନେଇ ଦୁଇ ପକ୍ଷ ମଧ୍ୟରେ ସାମାନ୍ୟ କଥାକୁ ନେଇ ଗୋଷ୍ଠୀ ସଂଘର୍ଷ ଘଟିଥିଲା । ଏଥିରେ କାଳିଆ ବେହେରା, ଧଡିଆ ବେହେରା, ସୋମନାଥ ବେହେରା, ବାସନ୍ତୀ ବେହେରା, ସକ୍ଷୀମଣି ବେହେରା, ସୁନ୍ଦରୀ ବାରିକ, ଶଶିମଣି ବେହେରା ଗୋଟିଏ ପକ୍ଷରୁ ଆହତ ହୋଇଛନ୍ତି । ଅନ୍ୟ ପଟୁ ମାନସ ମହାନ୍ତି ଆହତ ହୋଇଛନ୍ତି । ସତ୍ୟବାଦୀ ଥାନାରେ ସୁଚିତ୍ରା ବେହେରାଙ୍କ ଅଭିଯୋଗ କ୍ରମେ ୧୪୪/୨୦୨୦ରେ ଏକ କେସରୁଜ କରାଯାଇ ସନ୍ତୋଷ ମହାନ୍ତି ଗିରଫ ହୋଇଥିବା ବେଳେ ମାନସ ମହାନ୍ତିଙ୍କ ଅଭିଯୋଗ କ୍ରମେ ୧୪୫/ ୨୦୨୦ରେ ଏକ କେସରୁଜ କରି ସୁଚିତ୍ରା ବେହେରାଙ୍କୁ ଗିରଫ କରାଯାଇଥିବା ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କ ଠାରୁ ସୁଚନା ମିଳିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି