Breaking News

ଜଟଣୀ ପୌର ପରିଷଦ ପକ୍ଷରୁ ୫୩ତମ ସ୍ୱାୟତ୍ତ ଶାସନ ଦିବସ ପାଳିତ


ଜଟଣୀ --- ଜଟଣୀ ପୌର ପରିଷଦ ପକ୍ଷରୁ ୫୩ତମ ସ୍ୱାୟତ୍ତ ଶାସନ ଦିବସ ଧୂମଧାମରେ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ପ୍ରଥମ ସୋପାନରେ କାର୍ଯ୍ୟାଳୟ ପରିସରରେ ଜାତୀୟ ପତାକା ଉତ୍ତୋଳନ, ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ଛାତ୍ର ଛାତ୍ରୀ, ବ୍ୟକ୍ତି ବିଶେଷ, କାର୍ଯ୍ୟାଳୟର କର୍ମଚାରୀମାନଙ୍କୁ ପୁରସ୍କାର ବିତରଣ ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀ ମାନଙ୍କୁ ପୋଷାକ ବଣ୍ଟନ ଇତ୍ୟାଦି  କରାଯାଇଥିଲା। ପରବର୍ତ୍ତୀ ସମୟରେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ବିଭିନ୍ନ ରୋଗୀ ମାନଙ୍କୁ ଫଳ ବଣ୍ଟନ ଏବଂ ବିଭିନ୍ନ ପ୍ରକଳ୍ପ ଯଥା ମିନା ବଜାର ପଡିଆ ରେ ବ୍ୟବସାୟୀଙ୍କ ନିମନ୍ତେ ହେବାକୁ ଥିବା ଦୋକାନ ଗୃହର ଭିତ୍ତି ପ୍ରସ୍ଥର ସ୍ଥାପନ, ଖଳି ପୋଖରୀ ପୁନଃ ଉଦ୍ଧାର କାର୍ଯ୍ୟର ଉଦଘାଟନ କରାଯାଇଥିଲା। କାର୍ଯ୍ୟକ୍ରମର ଦ୍ବିତ୍ୱୀୟର୍ଦ୍ଧରେ ରାଜ୍ୟ ସ୍ୱାୟତ୍ତ ଶାସନ ଦିବସ ସମାରୋହର ସିଧା ପ୍ରସାରଣ କାର୍ଯ୍ୟକ୍ରମର ସୁବ୍ୟବସ୍ଥା ସ୍ଥାନୀୟ ଉତ୍ତରାୟଣୀ କ୍ଲବ ଠାରେ ପୂର୍ବାହ୍ନ ୧୧. ୦୦ ଘଟିକା ଠାରୁ ଅପରାହ୍ନ ୨. ୦୦ ଘଟିକା ପର୍ଯ୍ୟନ୍ତ କରାଯାଇଥିଲା। କାର୍ଯ୍ୟକ୍ରମ ପରିଶେଷରେ ସମସ୍ତ ଅଂଶଗ୍ରହଣକାରୀଙ୍କ ନିମନ୍ତେ ଖାଦ୍ୟପେୟର ସୁବ୍ୟବସ୍ଥା ପରିଷଦର କାର୍ଯ୍ୟାଳୟ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପୌର ପରିଷଦର ଅଧକ୍ଷ ଶ୍ରୀ ଅନନ୍ତ ବେହେରା, ନିର୍ବାହୀ ଅଧିକାରୀ ଶ୍ରୀମତୀ ଆକ୍ରିତୀ ଗୋଏଙ୍କା, ମାନ୍ୟବର ସାଂସଦ ଙ୍କ ପ୍ରତିନିଧି ଶ୍ରୀ ସତୀଶ ଶର୍ମା, ପାରିଷଦ ବୃନ୍ଦ, ସମସ୍ତ ପୌର କର୍ମଚାରୀ, ସ୍ଵଛ ସାଥି, ସ୍ଵଚ୍ଚ ସୁପରଭାଇଜର, ମହିଳା ଗୋଷ୍ଠୀ, ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଏବଂ ସାଧାରଣ ଲୋକେ ଉପସ୍ଥିତ ଥିଲେ। ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧/୯/୨୦୨୫---୭,୧୦ Sakhigopal News,1/9/2025

Blog Archive

Popular Posts